ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ନଜର ଆସିବେ ଅନୁଭବ ମହାନ୍ତି, ‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଲୋକାର୍ପଣ
ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନଶୈଳୀ ଉପରେ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଚଳଚ୍ଚିତ୍ରର ନାମ ରଖାଯାଇଛି ‘ବିଜୁବାବୁ’ । ଆଉ ଏହି ଚଳଚ୍ଚିତ୍ରରେ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୟ କରିବେ ବୋଲି ଜଣାପଡିଛି । ଏପରିକି ସିନେମାର ପ୍ରଥମ ପୋଷ୍ଟର ମଧ୍ୟ ଲୋକାର୍ପଣ ହୋଇଛି । ପ୍ରଶାନ୍ତ ବେହେରା ଏବଂ ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ତେବେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଠାରେ ହଜାର ହଜାର ପ୍ରଂଶସକଙ୍କ ଗହଣରେ ‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରକୁ ଲୋକାର୍ପଣ କରାଯାଇଛି । ଏହି ଅବସରରେ ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, ବିଜୁବାବୁ ହେଉଛନ୍ତି ଓଡିଶାର ଜଣେ କିମ୍ବଦନ୍ତୀ ପୁରୁଷ । ଏହି ଚଳଚ୍ଚିତ୍ର ମାଧ୍ୟମରେ ବିଜୁବାବୁଙ୍କ ଆଦର୍ଶ, ମହାନତା, ନିର୍ଭିକତା ପ୍ରତିଫଳିତ ହେବ । ଆଉ ଓଡିଶାବାସୀ ବିଜୁବାବୁଙ୍କ ସମ୍ପର୍କରେ ଅନେକ ତଥ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜାଣିବାକୁ ପାଇବେ ।