ଅନୁଭବଙ୍କ ହୋମ ପ୍ରଡକସନର ସିନେମା ଭିତରୁ ଗୋଟିକରେ ନ ଥିଲେ ବର୍ଷା

ନାୟିକା ବନିଥିଲେ କିଏ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଆ ସିନେମାର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତି କେବଳ ଯେ ଜଣେ ଅଭିନେତା ତା’ ନୁହେଁ , ବରଂ ସିନେମା ଦୁନିଆରେ ତାଙ୍କର ଆଉ ଏକ ପରିଚୟ ହେଲା ଯେ ସେ ଜଣେ ପ୍ରଯୋଜକ ବି। ହଁ ଅନୁଭବ ଏବଂ ତାଙ୍କ ସାନ ଭାଇ ଅନୁପ୍ରାସ ମିଶି କେତୋଟି ହାତଗଣତି ସିନେମାର ନିର୍ମାଣ ବି କରିଛନ୍ତି। ଅନୁଭବଙ୍କ ହୋମ୍‌ ପ୍ରଡକସନ୍‌ର ନାଆଁ ହେଲା ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ । ଏହି ବ୍ୟାନରର ସିନେମାଗୁଡିକ ହେଲା‘ ସମଥିଙ୍ଗ ସମଥିଙ୍ଗ’ ‘ହାତ ଧରି ଚାଲୁଥା’ ,‘ଏସିପି ରଣବୀର୍‌’ ,‘ମେଣ୍ଟାଲ୍‌’ ଏବଂ ‘ ସମଥିଙ୍ଗ ସମଥିଙ୍ଗ-୨’। ଏହି ସିନେମାମଧ୍ୟରୁ କେବଳ ଗୋଟିକରେ ନଥିଲେ ବର୍ଷ ପ୍ରିୟଦର୍ଶିନୀ। ଏହି ସିନେମାଟି ହେଲା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ ଏସିପି ରଣବୀର୍‌’ ।

ଏଥିରେ ଜଣେ ପରଦେଶୀ ନାୟିକାଙ୍କୁ ଦେଖିବାକୁ ମିଳିଥିଲା ।ସେ ହେଲେ ଆକାଂକ୍ଷା ଚୌଧୁରୀ । ଏସିପି ରଣବୀରର ସଂଳାପ ଲେଖିଥିଲେ ବିଜୟ ମଲ୍ଲ । ଏଥିରେ ଆକାଂକ୍ଷାଙ୍କୁ ପ୍ରଥମେ ଅନୁଭବଙ୍କ ପ୍ରେମିକା ଓ ପରେ ପତ୍ନୀ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ଏଥିରେ ପ୍ରଭାବଶାଳୀ ଅଭିନୟ ମଧ୍ୟ କରିଥିଲେ ଆକାଂକ୍ଷା । ହେଲେ ‘ ଏସିପି ରଣବୀର ’ ପରେ ଅନ୍ୟ କୌଣସି ସିନେମାରେ ଅନୁଭବ-ଆକାଂକ୍ଷାଙ୍କ ଯୋଡ଼ି ନଜର ଆସିନାହାନ୍ତି ଏଯାବତ୍‌ ।
ଆପଣ ଜାଣନ୍ତି କି ଆକାଂକ୍ଷା ଜଣେ ବଙ୍ଗୀୟ ଯୁବତୀ, ଯିଏକି ମୁମ୍ବାଇରେ ରହୁଥିଲେ ୨୦୧୨ରେ । ‘ଏସିପି ରଣବୀର’ ପାଇଁ ଚୁକ୍ତିବଦ୍ଧ ହେବା ପୂର୍ବରୁ ଆକାଂକ୍ଷାଙ୍କ ନାଆଁ ଥିଲା ବିନ୍ଦୁ । ସେ ଏହି ନାମରେ ଏକ ହିନ୍ଦୀ ସିନେମାରେ ମଧ୍ୟ କାମ କରିଥିଲେ । ଏହଚି ହିନ୍ଦୀ ସିନେମାର ଟାଇଟଲ୍‌ ହେଲା ‘ ବ୍ଲଡି ଡି’ । କିନ୍ତୁ ଏହାପରେ ଇଂରାଜୀ ଅକ୍ଷର ‘ଏ’ କୁ ଲକି ମନେ କରୁଥିବା ହେତୁ ସେ ତାଙ୍କ ନାମ ଆକାଂକ୍ଷା ରଖିଥିଲେ ।

ସମ୍ବନ୍ଧିତ ଖବର