ଘରୁ ବାହାରିବା ପରେ ଜସ୍‌ଲୀନ୍‌ଙ୍କୁ ନେଇ ବଡ଼ ଖୁଲାସା କଲେ ଭଜନ ସମ୍ରାଟ ଅନୁପ୍‌ ଜଲୋଟା, କହିଲେ; ଆମ ଭିତରେ ପ୍ରେମ ସଂପର୍କ ନୁହେଁ, ରହିଛି…

ମୁମ୍ବାଇ: ଦେଶ ବିଦେଶରେ ଭଜନ ସମ୍ରାଟ ରୂପେ ଖ୍ୟାତ ଅନୁପ ଜଲୋଟା ଟେଲିଭିଜନର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ର ସିଜିନ୍‌-୧୨ରୁ ବାହାରି ସାରିଛନ୍ତି । ଗତକାଲି ହୋଇଥିବା ଓ୍ଵିକ୍‌ଏଣ୍ଡ କା ବାର୍‌ରେ ଅନୁପ୍‌ଙ୍କ ସମେତ ପ୍ରତିଯୋଗୀ ସବା ଖାନ୍‌ ମଧ୍ୟ ଘରୁ ବାହାରିଥିଲେ । ବାହାରକୁ ଆସିବା ପରେ ଭଜନ ସମ୍ରାଟ ଜସ୍‌ଲୀନ୍‌ ଏବଂ ତାଙ୍କ ମଧ୍ୟରେ ଅସଲ ସଂପର୍କ କ’ଣ ତାହା ସମସ୍ତଙ୍କୁ ଜଣାଇଛନ୍ତି । ସୋ’ରୁ ବାହାରିବା ପରେ ଜସ୍‌ଲୀନ୍‌ ତାଙ୍କ ପ୍ରେମିକା ନୁହନ୍ତି ବୋଲି କହିଛନ୍ତି ଅନୁପ ଜଲୋଟା ।

Hindustan Times

ଜସ୍‌ଲୀନ୍‌ଙ୍କ ସହ ନିଜ ସଂପର୍କ ବିଷୟରେ କହିବାକୁ ଯାଇ ସେ କହିଛନ୍ତି, ଲୋକାମାନେ ଆମ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ କେବେ ବୁଝି ପାରିବେ ନାହିଁ । ଆମର କୌଣସି ପ୍ରକାରର ପ୍ରେମ କାହାଣୀ ନାହିଁ । ଆମେ ଦୁହେଁ କେବଳ ମ୍ୟୁଜିକାଲ ରିଲେସନ୍‌ସିପ୍‌ ସେୟାର କରୁଛୁ । ସେ ମୋ ଶିଷ୍ୟା ଏବଂ ମୁଁ ତାଙ୍କର ଗୁରୁ । ମୁଁ ତାଙ୍କୁ ସଙ୍ଗୀତ ଶିଖିବାରେ ସାହାଯ୍ୟ କରିଥିଲି । ଆମ ଭିତରେ ପ୍ରେମିକ-ପ୍ରେମିକା ଭଳି କୌଣସି ସଂପର୍କ ନାହିଁ । ଏହା ସହ ଆମ ଭିତରେ ଶାରୀରିକ ସଂପର୍କ ମଧ୍ୟ ନାହିଁ ବୋଲି କହିଥିଲେ ଅନୁପ ଜଲୋଟା ।

ସମ୍ବନ୍ଧିତ ଖବର