ଭଜନ ଗାଇ ମଧ୍ୟ ମାସକୁ ଏତେ କୋଟି ଟଙ୍କା ଆୟ କରନ୍ତି ଅନୁପ୍‌, ଖୁଲାସା କଲେ ଅନୁପ୍‌ଙ୍କ ଫାଇନାନ୍‌ସ ମ୍ୟାନେଜର, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ…

ମୁମ୍ବାଇ: ଭଜନ ଗାୟକ ଅନୁପ୍‌ ଜଲୋଟା ବିଗ୍‌ ବସ୍‌-୧୨ର ଏବେ ସବୁଠାରୁ ଚର୍ଚ୍ଚିତ ମୁହଁ । ନିଜ ପେଶା ପାଇଁ ସେ ଯେତିକି ଲୋକପ୍ରିୟ ହୋଇ ନଥିଲେ ବିଗ୍‌ ବସ୍‌-୧୨ରେ ଜସ୍‌ଲୀନ୍‌ଙ୍କ ସହ ନିଜ ଯୋଡ଼ି ବନାଇ ସେ ଆହୁରି ଚର୍ଚ୍ଚିତ ଏବଂ ଲୋକପ୍ରିୟ ହୋଇ ପାରିଛନ୍ତି । ବିଗ୍‌ ବସ୍‌ ଘରେ ରହିବା ପାଇଁ ତାଙ୍କୁ ପ୍ରତି ସପ୍ତାହରେ ୪୦ଲକ୍ଷ ଟଙ୍କା ମିଳୁଥିବା ଜଣା ପଡ଼ିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଲା ଭଜନ ଗାଇ ସେ ମାସକୁ ୨କୋଟିରୁ ଅଧିକ ଟଙ୍କା ଆୟ କରିଥାନ୍ତି । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ଏହା ସତ । ଏ ନେଇ ଅନୁପଙ୍କ ଫାଇନାନ୍‌ସ ମ୍ୟାନେଜର ଭରତ ଓଝାଙ୍କୁ ପଚରା ଯାଇଥିବା ବେଳେ ସେ ଏହାର ଖୁଲାସା କରିଛନ୍ତି ।

lokmat.com

ସୂଚନା ମୁତାବକ, ଭାରତରେ କୌଣସି ସୋ’ କରିବା ପାଇଁ ଅନୁପ ୮-୧୦ଲକ୍ଷ ଟଙ୍କା ନେଇଥାନ୍ତି । ସୋ’ଟି ୪୫ମିନିଟ୍‌ ବା ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ସୋ’ ପାଇଁ ଗ୍ରୁପ୍‌ରେ ୫ଜଣ ସଦସ୍ୟ ରହିଥିବା ବେଳେ ଜଣେ ମହିଳା କଣ୍ଠଶିଳ୍ପୀ ଏବଂ ୪ଜଣ ମ୍ୟୁଜିସିଆନ୍‌ ରହିଛନ୍ତି । ଗୋଟେ ମାସରେ ସେ ୧୨-୧୫ଟି ସୋ’ କରନ୍ତି । ଯାହାଦ୍ୱାରା ତାଙ୍କର ମାସର ଆୟ ଏକ କୋଟିରୁ ଅଧିକ ରହିଥାଏ । ଭାରତ ବାହାରେ ସେ ୩-୪ଟି ସୋ’ କରୁଥିବା ବେଳେ ପ୍ରତି ସୋ’ ପାଇଁ ସେ ୧୫-୧୬ଲକ୍ଷ ଟଙ୍କା ନେଇଥାନ୍ତି ବୋଲି କହିଛନ୍ତି ଭରତ ।

ସମ୍ବନ୍ଧିତ ଖବର