ଅନୁପ୍ ଜଲୋଟା ବିଗ୍ ବସ୍ ଘରୁ ବାହାରି ନିଜ ଘରେ ପହଞ୍ଚିବା ପରେ ଦେଖୁ ଦେଖୁ ଏହି ପ୍ରଶ୍ନ କରିଥିଲେ ତାଙ୍କ ମା’
ମୁମ୍ବାଇ: ଗତ ରବିବାର ବିଗ୍ବସ୍ ଘରୁ ବାହାରିଥିଲେ ପ୍ରତିଯୋଗୀ ସବା ଖାନ୍ ଏବଂ ଭଜନ ସମ୍ରାଟ ଅନୁପ ଜଲୋଟା । ଘରୁ ବାହାରିବା ପରେ ସେ ତାଙ୍କର ଏବଂ ଜସ୍ଲୀନ୍ଙ୍କୁ ନେଇ ଉଠିଥିବା ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ । ଜସ୍ଲୀନ୍ଙ୍କ ସହ ତାଙ୍କର ପ୍ରେମ ସଂପର୍କ ମିଛ ଏବଂ ସୋ’ ପାଇଁ ଏପରି କରାଯାଇଥିଲା ବୋଲି ଅନୁପ୍ କହିଥିଲେ ମଧ୍ୟ କେହି ଏହି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଖାଲି ଭାରତର ଦର୍ଶକମାନେ ନୁହନ୍ତି ଭଜନ ସମ୍ରାଟଙ୍କ ପରିବାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଭଜନ ସମ୍ରାଟ ବିଗ୍ ବସ୍ ଘରକୁ ବାହାରି ସିଧା ନିଜ ଘରେ ଯାଇ ପହଞ୍ଚିଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ହାଲ୍ଚାଲ୍ ପଚାରିବା ପରିବର୍ତ୍ତେ ଏ ଜସ୍ଲୀନ୍ କିଏ? ବୋଲି ପ୍ରଶ୍ନ କରିଥିଲେ ଅନୁପ ଜଲୋଟାଙ୍କ ୮୫ବର୍ଷୀୟା ମା’ । ମା’ଙ୍କଠାରୁ ଏହି ପ୍ରଶ୍ନ ଶୁଣି ଭଜନ ସମ୍ରାଟ ଚମକି ପଡ଼ିଥିବା ବେଳେ ଏହାର ମିଥ୍ୟା ପ୍ରଚାର ବୋଲି କହିଥିଲେ । ନିଜ ମା’ଙ୍କ ଏହି ପ୍ରଶ୍ନ ବିଷୟରେ ଏକ ସାକ୍ଷାତକାରରେ ଯୋଗ ଦେଇ ସମସ୍ତଙ୍କୁ ଜଣାଇଥିଲେ ଅନୁପ ଜଲୋଟା ।