ବାହାରକୁ ଆସିବା ପରେ ଜସ୍‌ଲିନଙ୍କ ସହ ପ୍ରେମ ସଂପର୍କ ଥିବା କଥାକୁ ଅସ୍ୱୀକାର କଲେ ଅନୁପ୍‌; ଶୁଣିବା ପରେ ବିଗ୍‌ ବସ୍‌ ହାଉସ୍‌ ଭିତରେ ଭାଙ୍ଗିପଡ଼ିଲେ ଜସ୍‌

ମୁମ୍ବାଇ: ‘ବିଗ୍‌ ବସ୍‌-୧୨’ ହାଉସ୍‌ରୁ ଭଜନ ସମ୍ରାଟ ଅନୁପ ଜୋଲଟା ବାହାରିବା ପରେ ଜସ୍‌ଲିନ୍‌ ମଥାରୁ ଓ ଅନୁପ୍‌ ଜୋଲଟାଙ୍କ ଯୋଡ଼ିକୁ ସମର୍ଥନ କରୁଥିବା ସମର୍ଥକମାନଙ୍କୁ ଶକ୍ତ ଧକ୍କା ଲାଗିଛି। ଅନୁପ ବାହାରକୁ ଆସିବା ପରେ ଜସ୍‌ଲିନ୍‌ ଓ ତାଙ୍କ ସଂପର୍କକୁ ଲୋକେ ଯେପରି ଦୃଷ୍ଟିରେ ଦେଖୁଛନ୍ତି ବାସ୍ତବରେ ସେମାନଙ୍କ ମଧ୍ୟରେ ସେପରି କିଛି ନାହିଁ ବୋଲି ସେ କହିଛନ୍ତି। ସିଧାସଳଖ କହିବାକୁ ଗଣେ ଜସ୍‌ଲିନ୍‌ଙ୍କ ସହ ତାଙ୍କର ପ୍ରେମ ସଂପର୍କ ଅଛି ବୋଲି ଅନୁପ୍‌ ଅସ୍ୱୀକାର କରିଛନ୍ତି।

ମାତ୍ର ଅନୁପ ତାଙ୍କ ସଂପର୍କକୁ ଅସ୍ୱୀକାର କରୁଛନ୍ତି ବୋଲି ଖବର ପାଇବା ପରେ ‘ବିଗ୍‌ ବସ୍‌’ ହାଉସ୍‌ ଭିତରେ ରହି କ୍ଷୋଭ ପ୍ରକାଶ କରିଛନ୍ତି ଜସ୍‌ଲିନ୍‌। ଅନୁପ୍‌ ବେଘର ହେବା ପରେ ‘ବିଗ୍‌ ବସ୍‌’ ହାଉସ୍‌ ଭିତରକୁ ଯାଇଥିଲେ ‘ବିଗ୍‌ ବସ୍‌-୧୧’ର ବିଜୟିନୀ ଶିଳ୍ପା ସିନ୍ଧେ ଓ ପୂର୍ବ ସିଜିନ୍‌ର ପ୍ରତିଯୋଗୀ ବିକାଶ ଗୁପ୍ତା। ଶିଳ୍ପା ଇଶାରା ଦେଇ ଜସ୍‌ଲିନ୍‌ଙ୍କୁ ବାହାରର କଥା କହିଥିଲେ। କିପରି ଅନୁପ ତାଙ୍କ ସହ ଥିବା ପ୍ରେମ ସଂପର୍କକୁ ଗୁଜବ କହିଛନ୍ତି ବୋଲି ଜସ୍‌ଲିନ୍‌ଙ୍କୁ ସୂଚୀତ କରିଥିଲେ।

ଏହି କଥାରେ ଦୁଃଖୀ ହୋଇଛନ୍ତି ଜାସ୍‌। ସେ ଶ୍ରୀଶାନ୍ତ ଓ ଶିଭାଶିଶଙ୍କୁ ଅନୁପ ଓ ତାଙ୍କ ଭିତରେ ଥିବା ସଂପର୍କ ବିଷୟରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନୁପ୍‌ ବାହାରକୁ ଆସିବା ପରେ କହିଛନ୍ତି କି ‘ବିଗ୍‌ ବସ୍‌-୧୨’ରେ ଭାଗ ନେବାକୁ ଜସ୍‌ଲିନ୍‌ଙ୍କର ଖୁବ୍‌ ଇଚ୍ଛା ଥିଲା। ଜସ୍‌ଲିନ୍‌ ଅନୁପଙ୍କର ସେଲିବ୍ରେଟି ଷ୍ଟାଟସ୍‌କୁ ଜରିଆ କରି ହାଉସ୍‌ ଭିତରେ ପ୍ରବେଶ କରିବାକୁ ଚାହୁଁଥିଲେ। ସେ ଖାଲି ସୋ’ ପାଇଁ ଏପରି ଯୋଜନା କରିଥିଲେ। ସେ ଦୁହିଁଙ୍କ ମଧ୍ୟରେ କୌଣସି ପ୍ରେମ ସଂପର୍କ ନାହିଁ। ଜସ୍‌ଲିନ୍‌ଙ୍କ ବାପା ଚାହିଁଲେ ସେ ଜସ୍‌ଲିନ୍‌ଙ୍କ କନ୍ୟାଦାନ କରିବେ।

ସମ୍ବନ୍ଧିତ ଖବର