ଅନୁପମ୍‌ଙ୍କୁ ଅବିକଳ ମନମୋହନଙ୍କ ପରି ଦେଖି ଦର୍ଶକ ଆମୋଦିତ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାୟୋପିକ୍‌ ଖୁବ୍‌ ଶୀଘ୍ର ପରଦାକୁ ଆସିବ। ଏହି ସିନେମାର ପ୍ରଥମ ଦୃଶ୍ୟ ସାମ୍ନାକୁ ଆସିଛି। ଅଭିନେତା ଅନୁପମ୍‌ ଖେର ନିଜର ଟୁଇଟର ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି। ଏହି ସିନେମାର ଅନୁପମ୍‌ ଖେର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନି ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନୁପମ୍‌ଙ୍କ ଦର୍ଶକ ଏଥିରେ ଅବିକଳ ମନମୋହନଙ୍କ ଗଳି ଦେଖିବାକୁ ପାଇବେ। ସିନେମାରେ ଅନୁପମ୍‌ ମୁଣ୍ଡରେ ନୀଳରଙ୍ଗର ପଗଡି ଓ ଧଳା ରଙ୍ଗର ପାଇଜାମ ସହିତ ନୀଳ ରଙ୍ଗର ଜ୍ୟାକେଟ ପରିଧାନ କରିଛନ୍ତି । ଏହି ସିନେମାଟି ସଞ୍ଜୟ ବାରୁଙ୍କ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ ଉପରେ ଆଧାରିତ। ଅନୁପମ ଏହି ସିନେମାର ତିନିଟି ଲୁକ୍‌ ସେୟାର କରିଛନ୍ତି । ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାବେ ନଜର ଆସୁଛନ୍ତି। ଏହି ସିନେମାର ସୁଟିଂ ସେଟରୁ କେତେଟି ଫଟୋ ଓ ଭିଡିଓ ଭାଇରାଲ ହୋଇଛି।

ଏହି ସିନେମା ପ୍ରସଙ୍ଗରେ ଅନୁପମ୍‌ କହନ୍ତି, କୌଣସି ବ୍ୟକ୍ତିଙ୍କ ଭୂମିକା ନିଭାଇବା ବହୁ କଷ୍ଟକର ହୋଇଥାଏ। ଏହା ମୋ ପାଇଁ ଚ୍ୟାଲେଜିଂ ହେବ। ୨୪/୭ ଗଣମାଧ୍ୟମରେ ଦୁନିଆକୁ ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ୟକ୍ତିତ୍ୱ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଏପରି କ୍ଷେତ୍ରରେ ମୋର ଭୂମିକାକୁ ନିଶ୍ଚୟ ତାଙ୍କ ବ୍ୟକ୍ତିତ୍ୱ ସହିତ ତୁଳନା କରାଯିବ। ସେଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକାକୁ ନିଷ୍ଠାପର ଭାବେ ନିଭାଇବା ପାଇଁ ଚେଷ୍ଟା କରିଛି।

 

ସମ୍ବନ୍ଧିତ ଖବର