୩୪ବର୍ଷ ହେଲାଣି କୌଣସି ଫିଲ୍ମ ସାଇନ୍‌ କଲେ ମହେଶ ଭଟ୍ଟଙ୍କୁ ଟଙ୍କା ଦେବାକୁ ଯାଆନ୍ତି ଅନୁପମ ଖେର୍‌, ମହେଶ ଭଟ୍ଟଙ୍କ ଠାରୁ ନେଇଥିବା କରଜ ସୁଝୁଥିବା ନେଇ ଚର୍ଚ୍ଚା…

ମୁମ୍ବାଇ: ଦୀର୍ଘ ୩୪ବର୍ଷ ହେଲାଣି ଅନୁପମ ଖେର୍‌ ମହେଶ ଭଟ୍ଟଙ୍କୁ ଟଙ୍କା ଦେଇ ଆସୁଥିବା ଜଣା ପଡ଼ିଛି । କୌଣସି ଫିଲ୍ମ ସାଇନ୍‌ କଲେ ପ୍ରଥମେ ଅନୁପମ ଖେର୍‌ ଯାଇ ମହେଶଙ୍କୁ ଟଙ୍କା ଦେଇଥାନ୍ତି । ୩୪ବର୍ଷ ତଳେ ଅନୁପମ ଖେର୍‌ ମହେଶ ଭଟ୍ଟଙ୍କ ଠାରୁ ନେଇଥିବା କରଜ ସୁଝିବା ପାଇଁ ଏପରି କରୁଥିବା ଜଣିବାକୁ ମିଳିଛି ।

The Indian Express

ତେବେ ବଲିଉଡ୍‌ର ଜଣେ ଲୋକପ୍ରିୟ କଳାକାର ଏମିତି କେତେ କରଜ ନେଇଛନ୍ତି ଯେ ଯାହାକୁ ସେ ଆଜି ପର୍ଯ୍ୟନ୍ତ ସୁଝି ପାରି ନାହାନ୍ତି ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ । ପ୍ରକୃତ କଥା ହେଲା ୩୪ବର୍ଷ ପୂର୍ବେ ଅନୁପମ ଖେର୍‌ ବଲିଉଡ୍‌ ଦୁନିଆରେ ନିଜର ଯାତ୍ରା ଆରମ୍ଭ କରିଥିଲେ । ଫିଲ୍ମ ‘ସାରାଂଶ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ମହେଶ ଭଟ୍ଟ ତାଙ୍କୁ ଏହି ସୁଯୋଗ ଦେଇଥିଲେ ବୋଲି ଜଣା ପଡ଼ିଛି । ଏହି ଫିଲ୍ମରେ ଥିବା ଅନୁପମଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିବା ପରେ ଅନୁପମ ଖେର୍‌ ଏବଂ ମହେଶ ଭଟ୍ଟ ଦୁହେଁ ଭଲ ବନ୍ଧୁ ହୋଇ ଯାଇଥିଲେ । ସେହି ଦିନଠାରୁ ଅନୁପମ କୌଣସି ବି ଫିଲ୍ମ ସାଇନ୍‌ କରିବା ପରେ ମହେଶ ଭଟ୍ଟଙ୍କୁ ଗୁରୁ ଦକ୍ଷିଣା ହିସାବରେ ଟଙ୍କା ଦେଇଥାନ୍ତି । ସୂଚନା ମୁତାବକ, ଅନୁପମ ଖେର୍‌ ଏବେ ନିଜର ଆଗାମୀ ଫିଲ୍ମ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ମନମୋହନ ସିଂଙ୍କ ଚରିତ୍ରରେ ନଜର ଆସୁଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର