ଅନୁପମ୍‌ ଖେର୍‌ଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌, ହ୍ୟାକର୍ସ ଟୁଇଟ କରି ଲେଖିଲେ: ‘ଆଇ ଲଭ୍‌ ପାକିସ୍ତାନ’

ନୂଆଦିଲ୍ଲୀ: ବଲିଉଡର ଅଭିନେତା ଅନୁପମ ଖେରଙ୍କ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ୍‌ ହୋଇଛି। ତେବେ ଏହି କଥା ହ୍ୟାକର୍ସ ନିଜେ ସ୍ୱୀକାର କରି କହିଛି, ଆପଣଙ୍କ ଆକାଉଣ୍ଟ ତୁର୍କୀରୁ ହ୍ୟାକ୍‌ ହୋଇଛି। କେବଳ ଏତିକି ନୁହେଁ ହ୍ୟାକ୍‌ କରିବା ସହିତ ଟୁଇଟ କରି ଲେଖିଛନ୍ତି, ‘ଆଇ ଲଭ୍‌ ପାକିସ୍ତାନ’। ଅନୁପମ୍‌ ଖେର୍‌ଙ୍କ ଅଭିଯୋଗ ପରେ ତାଙ୍କ ଟୁଇଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରି ଦିଆଯାଇଛି।

ହ୍ୟାକର୍ସ ନିଜର ପ୍ରଥମ ଟୁଇଟରରେ ଲେଖିଛନ୍ତି, ‘ଆପଣଙ୍କ ଆକାଉଣ୍ଟ ତୁର୍କୀସ୍ଥିତ ସାଇବର ଆର୍ମି ଆଇଦିଜ ତିମ ଦ୍ୱାରା ହ୍ୟାକ୍‌ ହୋଇଛି। ଆପଣଙ୍କ ସମସ୍ତ ଜରୁରୀ ଡାଟା କ୍ୟାପ୍‌ଚର କରି ନିଆଯାଇଛି। ଟୁଇଟ ଶେଷରେ ହ୍ୟାକର୍ସ ‘ଆଇ ଲଭ୍‌ ପାକିସ୍ତାନ’ ମଧ୍ୟ ଲେଖିଛନ୍ତି। ହ୍ୟାକର୍ସ ଅନୁପମ ଖେର୍‌ଙ୍କ ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଟୁଇଟର କରି ଚାଲିଥିଲେ। ସମସ୍ତ ଟୁଇଟରେ ‘ଆଇ ସପୋର୍ଟ ତୁର୍କୀ’ ଓ ‘ଆଇ ଲଭ୍‌ ପାକିସ୍ତାନ’ ଲେଖାଯାଇଛି। କେବଳ ଏତିକି ନୁହେଁ ଟୁଇଟରେ ତୁର୍କୀର ପତକା ଓ ବନ୍ଧୁକ ଧରିଥିବା ଆତଙ୍କବାଦୀ ଓ ମିସାଇଲ ଦେଖିବାକୁ ମିଳିଛି।

ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହେବା ସମ୍ପର୍କରେ ମୋର କେତେଜଣ ବନ୍ଧୁ ଫୋନ୍‌ କରି ମୋତେ ଜଣାଇଥିଲେ। ମୁଁ ସେତେବେଳେ ଲସ୍‌ ଏଞ୍ଜେଲସ୍‌ରେ ଥିଲି। ରାତି ପାଖାପାଖି ଗୋଟାଏ ହୋଇଥିଲା। ମୁଁ ଏହି ଟୁଇଟର ହ୍ୟାକ୍‌ ଘଟଣା ସମ୍ପର୍କରେ ସୂଚନା ଟୁଇଟର ଇଣ୍ଡିଆକୁ ଦେଇଥିଲି ବୋଲି ଅନୁପମ୍‌ ଖେର୍‌ କହିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପଳର୍ବରୁ ଆକାଉଣ୍ଟକୁ ହ୍ୟାକ୍‌ କରି ପାକିସ୍ତାନ ସମର୍ଥନ ସମ୍ପର୍କରେ ହ୍ୟାକର୍ସ ଟୁଇଟ କରିଥିବା ସୂଚନା ମିଳିଥିଲା। ଅନେକ ଥର ମଓ୍ୟ ସରକାରୀ ଆକାଉଣ୍ଟସ୍‌ ହ୍ୟାକ୍‌ ହୋଇ ପାକିସ୍ତାନକୁ ସମର୍ଥନ କଲା ଭଳି ବାର୍ତ୍ତା ଲେଖାଯାଇଥିବା ଖବର ସାମ୍ନାକୁ ଆସିଥିଲା।

 

ସମ୍ବନ୍ଧିତ ଖବର