ବିଜେପିକୁ କଡ଼ା ବିରୋଧ କରୁଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମିଳିଲା ମୋଦୀଙ୍କୁ ଭୋଟ୍‌ ଦେବାର ମେସେଜ, ଜାଣନ୍ତୁ କିଏ ପଠାଇଥିଲା ସେହି ମେସେଜ୍‌

ମୁମ୍ବାଇ : ଦେଶରେ ମୋଦୀଙ୍କ ସମର୍ଥକଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ କିଛି ମୋଦୀଙ୍କ ବିରୋଧି ମଧ୍ୟ ରହିଛନ୍ତି । ମୋଦୀଙ୍କ ପାଇଁ ବଲିଉଡ୍‌ ମଧ୍ୟ ଦୁଇ ଭାଗ ହୋଇ ସାରିଛି । କିଛି ବଲିଉଡ୍‌ କଳାକାର ମୋଦୀଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ କରୁଥିବା ବେଳେ କିଛି ବଲିଉଡ୍‌ କଳାକାର ମୋଦୀଙ୍କୁ କଡ଼ା ବିରୋଧ କରୁଥିବା ଦେଖା ଯାଇଛି । ସେ ମଧ୍ୟରେ ରହିଛନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ତେବେ ଅନୁରାଗ ବିଜେପି ବିରୋଧି ଜାଣି ମଧ୍ୟ ତାଙ୍କ ପାଖକୁ ବିଜେପିକୁ ଭୋଟ୍‌ ଦେବା ପାଇଁ ଏକ ମେସେଜ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନୁରାଗ ନିଜ ଟୁଇଟ୍‌ରରେ ମେସେଜର ସ୍କ୍ରିନ୍‌ସଟ୍‌ ନେଇ ସେୟାର କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି ।

ଫଟୋ ସେୟାର ହେବା ପରେ ଅନୁରାଗଙ୍କୁ ଏଭଳି ମେସେଜ ଅଲ୍‌ ଇଣ୍ଡିଆ ସିନେ ଓ୍ଵାର୍କସ ଆସୋସିଏସନ୍‌ର ଅଧ୍ୟକ୍ଷ ଗୌରକ୍ଷା ଧୋତ୍ରେ ପଠାଇଥିବା ସାମ୍ନାକୁ ଆସିଛି । ଏ ନେଇ ଗୌରକ୍ଷାଙ୍କୁ ପଚରାଯିବା ପରେ ସେ ଅନୁରାଗଙ୍କୁ ମେସେଜ ପଠାଇଥିବା କଥାକୁ ସ୍ୱୀକାର କରିଥିଲେ । ତାଙ୍କ କହିବା ଅନୁଯାୟୀ, ମୁଁ ବିଜେପିର ଜଣେ ବଡ଼ ସମର୍ଥକ । ସେଥିପାଇଁ ମୁଁ ବ୍ୟକ୍ତିଗତ ଭାବରେ ସମସ୍ତଙ୍କୁ ମୋଦୀଜୀଙ୍କୁ ଭୋଟ୍‌ ଦେବା ପାଇଁ ମେସେଜ୍‌ ପଠାଇଥିଲି । ଏ ନେଇ ମୋତେ ଦଳ ପକ୍ଷରୁ କିଛି କୁହାଯାଇ ନାହିଁ ବୋଲି କହିଥିଲେ ଗୌରକ୍ଷା ।

ସମ୍ବନ୍ଧିତ ଖବର