ଏହି କାରଣରୁ ‘ସୁଇ-ଧାଗା’ର ମମତା ହେବାକୁ ଚାହୁଁ ନ ଥିଲେ ଅନୁଷ୍କା ଶର୍ମା

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ସୁଇ-ଧାଗା’ର ଟ୍ରେଲର ସୋମବାର ରିଲିଜ ହୋଇଛି । ଏହି ଫିଲ୍ମରେ ବରୁଣ ଏକ ଦର୍ଜି ଚରିତ୍ରରେ ନଜର ଆସୁଥିବା ବେଳେ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି ଅନୁଷ୍କା ଶର୍ମା । ସୋସିଆଲ ମିଡ଼ିଆରେ ଏହାକୁ ଲୋକମାନେ ପସନ୍ଦ କରୁଥିବା ବେଳେ ୧୨ଘଣ୍ଟା ମଧ୍ୟରେ ଏହାକୁ ୨୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ଜଣାପଡ଼ିଛି । ପ୍ରଥମ ଥର ପାଇଁ ଅନୁଷ୍କା ଏଭଳି ଭିନ୍ନ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି ।

The Indian Express

କିନ୍ତୁ ଆପଣ ଜାଣିଛନ୍ତି କି? ଅନୁଷ୍କା ପ୍ରଥମେ ଏହି ଚରିତ୍ର କରିବା ପାଇଁ ମନା କରି ଦେଇଥିଲେ । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଅନୁଷ୍କା ଏହାର ଖୁଲାସା କରିଥିଲେ । ଯେତେବେଳେ ନିର୍ଦ୍ଦେଶକ ଶରତ କଟାରିୟା ଏବଂ ମନୀଷ ଶର୍ମା ତାଙ୍କୁ ଏହି ଚରିତ୍ର କରିବା ପାଇଁ ସଂପର୍କ କରିଥିଲେ ସେତେବେଳେ ସେ ଏହି ଚରିତ୍ରକୁ ନ୍ୟାୟ ଦେଇ ପାରିବେ କି ନାହିଁ ବୋଲି ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ । କିନ୍ତୁ କିଛି ଦିନ ବୁଝାଇବା ପରେ ସେ ହଁ ଭରିଥିଲେ ।

ସମ୍ବନ୍ଧିତ ଖବର