ଗମ୍ଭୀର ରୋଗରେ ପୀଡ଼ିତ ହେଲେ ଅନୁଷ୍କା, ଡାକ୍ତର ଦେଲେ ବିଶ୍ରାମର ପରାମର୍ଶ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସିନେମା ‘ସୁଇ ଧାଗା’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ବରୁଣ ଧାଓ୍ଵନ୍‌ଙ୍କ ସହିତ ଏହି ସିନେମାରେ ସେ ଲିଡ୍‌ ରୋଲରେ ନଜର ଆସୁଛନ୍ତି। ଅନୁଷ୍କା ନିଜ କାମକୁ ଖୁବ୍‌ ନିଷ୍ଠାର ସହ ତୁଲାଇ ଥାଆନ୍ତି। ଏଇ ସମୟରେ ଅନୁଷ୍କାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି କି, ଅନୁଷ୍କା bulging disc ନାମକ ରୋଗରେ ପୀଡିତ ଅଛନ୍ତି। ଏହି ରୋଗ ହେତୁ ଅନୁଷ୍କାଙ୍କ ଗମ୍ଭୀର ଭାବେ ଶାରୀରିକ ଯନ୍ତ୍ରଣା ଅନୁଭୂତ ହେଉଛି।

ଅନୁଷ୍କା ଶର୍ମାଙ୍କୁ ଇଣ୍ଟେନ୍‌ସିଭ୍‌ ଫିଜିୟୋଥେରେପି ସେସନ୍‌ କାରଣରୁ bulging disc ଅସୁବିଧା ହୋଇ ଯାଇଛି। ଏବେ ଡାକ୍ତର ଅନୁଷ୍କାଙ୍କ ଚିକିତ୍ସା ଜାରି ରଖିଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଅନୁଷ୍କାଙ୍କୁ ଏହି ରୋଗରୁ ସୁସ୍ଥ ହେବା ପାଇଁ ୩ରୁ ୪ସପ୍ତାହ ଲାଗିବ। ତେଣୁ ତାଙ୍କୁ ଡାକ୍ତର ବିଶ୍ରାମ ପାଇଁ ପରାମର୍ଶ ଦେଇଥିବା ବେଳେ ସେ ସିନେମା ‘ସୁଇ ଧାଗା’ର ପ୍ରୋମୋସନ୍‌ରେ ଭାଗ ନେବାକୁ ଚାହାନ୍ତି। bulging disc ଅସୁବିଧା ହେତୁ ଅନୁଷ୍କା ଗୋଟିଏ ସ୍ଥାନରେ ବେଶି ସମୟ ବସି ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର