ଲକ୍‌ଡାଉନ୍‌ ସମୟରେ ଘରେ ବସି ମଜା କଲେ ବିରୁଷ୍କା; କିଚେନ୍‌ କଇଁଚିରେ ବିରାଟଙ୍କ କେଶ କାଟିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ କ୍ରିକେଟର୍‌ ସ୍ବାମୀ ବିରାଟ କୋହଲି ଅନେକ ସମୟରେ ନିଜର ମଜାଦାର ପେ‌ାଷ୍ଟ୍‌ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବା ବେଳେ ଏହି ଦମ୍ପତି ଟ୍ବିଟର୍‌ରେ ଏକ କୌତୂକିଆ ଭିଡିଓ ଜାରି କରିଛନ୍ତି। ଅନୁଷ୍କା ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ବିରାଟଙ୍କର ଓ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଅନୁଷ୍କା ବିରାଟଙ୍କର ଏକ ନୂଆ ହେୟାର୍‌ ଷ୍ଟାଇଲ୍‌(କେଶ ସଜ୍ଜା) କରୁଛନ୍ତି। ବିରାଟ ଭିଡିଓରେ ଚୁପ୍‌ଚାପ୍ ବସିଥିବାର ନଜର ଆସିଛନ୍ତି। ପେସାଦାର୍‌ ବିୟୁଟିସିଆନ୍‌ଙ୍କ ପରି ଅନୁଷ୍କା ହାତରେ କଇଁଚି ଧରି ବିରାଟଙ୍କ କେଶ କାଟୁଥିବାର ଦେଖିବାକୁ ମିଳିଛି ।

ଅନୁଷ୍କା ବିରାଟଙ୍କ କେଶକୁ ରୋଷେଇ ଘର କଇଁଚିରେ କାଟୁଛନ୍ତି ବୋଲି ବିରାଟ ଭିଡିଓରେ କହୁଥିବାର ଦେଖିବାକୁ ମିଳିଛନ୍ତି। ବିରାଟଙ୍କ କେଶବିନ୍ୟାସ କରିବା ପରେ ଅନୁଷ୍କା ଭିଡିଓରେ ନିଜ କେଶ ପ୍ରଦର୍ଶନ କରି ମଜା କରୁଥିବାର ନଜର ରହିଛି।

କରୋନା ଭାଇରସ୍‌ ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ପୂର୍ବରୁ ଉଭୟ ପତି-ପତ୍ନୀ ସମର୍ଥନ କରି ସାରିଛନ୍ତି। ପୂର୍ବରୁ ଏକ ଭିଡିଓ ମେସେଜରେ ବିରୁଷ୍କା କହିଥିଲେ କି ‘ ଆଗାମୀ ୨୧ ଦିନ ପାଇଁ ସାହସ, ଧୈର୍ଯ୍ୟ ଓ ଆମମାନଙ୍କ ଦାୟିତ୍ବବୋଧତାର ଆବଶ୍ୟକତା ରହିଛି।’

ସମ୍ବନ୍ଧିତ ଖବର