କରଣଙ୍କ ସୋ’ରେ ଦେଖାଦେବେ ନାହିଁ ବିରାଟ ଏବଂ ଅନୁଷ୍କା

ମୁମ୍ବାଇ : ବି-ଟାଉନର ବହୁଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟିଏ ଥିଲା ନାୟିକା ଅନୁଷ୍କା ଶର୍ମା ଏବଂ କ୍ରିକେଟ ତାରକା ବିରାଟ କୋହଲିଙ୍କ ବିବାହ । ଡିସେମ୍ବର ମାସରେ ବିବାହ ଶେଷ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଚର୍ଚ୍ଚାରେ ରହିଛି। ତେବେ ବିବାହ ପରେ ଏକା ସାଙ୍ଗରେ କରଣ ଜୋହରଙ୍କ ବହୁଚର୍ଚ୍ଚିତ ସୋ ‘କଫି ଉଇଥ କରଣ’ରେ ଦୁହେଁ ଦେଖେଦେବେ ବେଲି ଚର୍ଚ୍ଚା ଚାଲିଥିଲା । ତେବେ ଏ ନେଇ ଦର୍ଶକମାନେ ମଧ୍ୟ ଉତ୍ସାହିତ ଥିଲେ । ତେବେ ଖବରଟି ମିଥ୍ୟା ବୋଲି ଅନୁଷ୍କାଙ୍କର ମୁଖପାତ୍ର ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Times Now

ପ୍ରକୃତରେ କଥା କ’ଣ କି ନିକଟରେ କରଣ ଜୋହରଙ୍କ ବହୁଚର୍ଚ୍ଚିତ ଟକ ସୋ ‘କଫି ଉଇଥ କରଣ’ର ୬ଷ୍ଠ ସଂସ୍କରଣ ଆସିବା ପାଇଁ ଯାଉଛି । ଏହାର ପ୍ରାରମ୍ଭିକ ଏପିସୋଡ଼ରେ ଅନୁଷ୍କା ତାଙ୍କର ଅଗାମୀ ଚଳଚ୍ଚିତ୍ର ‘ପରୀ’ର ପ୍ରୋମସନ ପାଇଁ ବିରାଟଙ୍କ ସହ ଆସିବାର ଖବର ରହିଥିଲା । ତେବେ ଏହା ଏକ ମିଥ୍ୟ ଖବର ବୋଲି ନିକଟରେ ପ୍ରକାଶ କରିଛନ୍ତି ଅନୁଷ୍କାଙ୍କର ମୁଖପାତ୍ର ।

NewsX

“ଏହି ଖବରରେ କିଛି ମଧ୍ୟ ସତ୍ୟତା ରହିନାହିଁ । ଅନୁଷ୍କା ଏବଂ ବିରାଟ କରଣଙ୍କ ସୋ’ରେ ନଜର ଆସିବେ ନାହିଁ । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଏପରି ମିଥ୍ୟ କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ ।” ଏପରି କହିଛନ୍ତି ଅନୁଷ୍କା ଶର୍ମାଙ୍କ ମୁଖପାତ୍ର । ପ୍ରକୃତରେ ବର୍ତ୍ତମାନ ଅନୁଷ୍କା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପରୀ’ର ସୁଟିଙ୍ଗ ଏବଂ ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ସାଉଥ ଆଫ୍ରିକାରେ ଟୁର୍ଣ୍ଣାମେଣ୍ଟରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି ।

ସମ୍ବନ୍ଧିତ ଖବର