ପ୍ରଭାସଙ୍କୁ ବିବାହ କରିବା ନେଇ ଫ୍ୟାନ୍‌ ପଚାରିଥିବା ପ୍ରଶ୍ନର ଏମିତି ଉତ୍ତର ଦେଲେ ଅନୁଷ୍କା

ବିଜୟପୁରମ: କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ପରେ ଆହୁରି କେତେକ ହିଟ୍‌ ଯୋଡ଼ିଙ୍କୁ ଏକତ୍ର ଦେଖିବା ପାଇଁ ଫ୍ୟାନ୍‌ମାନେ ବେଶ୍‌ ଉତ୍ସୁକ। ସିନେ କଳାକାର ରଣବୀର ସିଂହ-ଦୀପିକା ପାଦୁକୋନ୍‌ଙ୍କ ପରି ‘ବାହୁବଳୀ-୨’ର ଚର୍ଚ୍ଚିତ ଯୋଡ଼ି ପ୍ରଭାସ ଏବଂ ଅନୁଷ୍କା ବି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତୁ ବୋଲି ଫ୍ୟାନ୍‌ ଇଚ୍ଛା ରଖିଛନ୍ତି। ତେବେ,ସେ ଦୁହିଁଙ୍କୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ମଧ୍ୟ ହୋଇଛି। ଅନେକ ସାକ୍ଷାତକାରରେ ପ୍ରନୁଷ୍କା(ପ୍ରଭାସ-ଅନୁଷ୍କା)ଙ୍କୁ ସାମ୍ନା କରିବାକୁ ପଡ଼ିଛି ସେଇ ଗୋଟାଏ ପ୍ରଶ୍ନ, ‘ଆପଣ ପରସ୍ପରଙ୍କୁ ବିବାହ କରିବାର ଯୋଜନା ରଖିଛନ୍ତି କି?’ ଭିନ୍ନ ଭିନ୍ନ ଉତ୍ତର ଦେଇଛନ୍ତି ପ୍ରନୁଷ୍କା। କେବେ ସରଳ ତ କେବେ ଜଟିଳ। ତେବେ ଆପଣ ଜାଣନ୍ତି କି କିଛି ଫ୍ୟାନ୍‌ ଯେତେବେଳେ ଏହି ସମାନ ପ୍ରଶ୍ନ ଅନୁଷ୍କାଙ୍କୁ ପଚାରିଲେ ସେତେବେଳେ ସେ କି ଉତ୍ତର ଦେଲେ?

ଅନୁଷ୍କା ଫ୍ୟାନ୍‌ମାନଙ୍କୁ ନିରାଶ କରିବା ଭଳି ଉତ୍ତର ଦେଇ କହିଛନ୍ତି, ‘ପ୍ରଭାସ ଏବଂ ମୁଁ ବିବାହ କରୁନାହୁଁ। ଆପଣମାନେ ବାହୁବଳୀ ଆଉ ଦେବସେନାଙ୍କୁ ଆମ ଭିତରେ ଖୋଜନ୍ତୁ ନାହିଁ। ତାହା ଥିଲା ପରଦାର କଥା। ବାସ୍ତବ ଜୀବନରେ ସେପରି ଘଟିବ ନାହିଁ।’ ଉଲ୍ଲେଖଯୋଗ୍ୟ, ପ୍ରଭାସ ମଧ୍ୟ ନିକଟରେ ଏକ ପ୍ରଶ୍ନର ଏହି ଭଳି ଉତ୍ତର ରଖିଥିଲେ। ସେ ଦୁହେଁ ପରସ୍ପରଙ୍କର ବନ୍ଧୁ। ଦୁହେଁ ଦୁହିଁଙ୍କୁ ବିବାହ କରିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର