ମିଛ ସାକ୍ଷାତକାର ପ୍ରକାଶ କରିଥିବାରୁ ଖବରକାଗଜକୁ ସମାଲୋଚନା କଲେ ଅନୁଷ୍କା ଶର୍ମା

ମମ୍ବାଇ: ଆଜିକାଲି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଲୋକପ୍ରିୟତା ସାଉଁଟିବା ଆଶାରେ ସେଲିବ୍ରେଟିମାନଙ୍କ ଜୀବନ ଉପରେ ବେଶି ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ମାତ୍ର କୌଣସି ସାକ୍ଷାତକାର ନ ନେଇ ମଧ୍ୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜୀବନ ଉପରେ ଆଧାରିତ ମନଗଢ଼ା କାହାଣୀକୁ ନିଜ ଖବରକାଗଜରେ ଛାପି ବିବାଦରେ ଫସିଯାଇଛି ‘ଇ ସମୟ’। ସାକ୍ଷାତକାର ନ ନେଇ ଏହି ଖବରକାଗଜରେ ଅଭିନେତ୍ରୀ ଅନୁଷ୍କାଙ୍କର ଉପର ଏକ ସାକ୍ଷାତକାର ଛାପି ଥିବାର ଦେଖିବାକୁ ମିଳିଛି।

ଅଭିନେତ୍ରୀ ଅନୁଷ୍କା ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ସେ ଖବରକାଗଜର ପୃଷ୍ଠାଗୁଡ଼ିକୁ ଅପ୍‌ଲୋଡ କରି ତୀବ୍ର ସମାଲୋଚନା କରିଛନ୍ତି। ‘ଇ ସମୟ’ ପରି ଏକ ନାମକରା ଖବରକାଜ ନିକଟରେୁ ଏପରି ଆଶାା କରାଯାଉନି ବୋଲି ସେ ଜଣାଇଛନ୍ତି। ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଏପରି ମନ ଗଢ଼ା କାହାଣୀ ଗଢ଼ା ଯାଉଛି ବୋଲି ସେ ଜଣାଇଛନ୍ତି। ଅଭିନେତ୍ରୀ ଅନୁଷ୍କା ନିକଟରେ କୌଣସି ବି ଗଣମାଧ୍ୟମରେ କିିଛି ସାକ୍ଷାତକାର ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଅନୁଷ୍କାଙ୍କର ଏହି ଟୁଇଟ୍‌ରେ ତାଙ୍କ ଫ୍ୟାନ୍‌ମାନେ ଅନେକ ରିଟୁଇଟ୍‌ କରି ‘ଇ ସମୟ’କୁ ନିନ୍ଦା କରିଛନ୍ତି। ଲୋକପ୍ରିୟତା ସାଉଁଟିବା ଉଦ୍ଦେଶ୍ୟରେ ଖବରକାଗଜ କରିଥିବା ନକଲି ପ୍ରଚେଷ୍ଟା ଏବେ ବଦନାମର କାରଣ ପାଲଟିଛି।

ସମ୍ବନ୍ଧିତ ଖବର