ମୁମ୍ବାଇ : ଏଇ କିଛି ଦିନ ହେବ ରାସ୍ତାରେ ଅଳିଆ ଫିଙ୍ଗିବା ପାଇଁ ତାଗିଦ୍ କରି ଚର୍ଚ୍ଚାରେ ଅଛନ୍ତି ଅନୁଷ୍କା ଶର୍ମା । ଅର୍ହାନ୍ ସିଂ ନାମକ ଜଣେ ଯୁବକ ରାସ୍ତାରେ ଅଳିଆ ଫିଙ୍ଗୁଥିବା ବେଳେ ଅନୁଷ୍କା ତାଙ୍କୁ ଡ଼ାକି ଏପରି ନ କରିବା ପାଇଁ ତାଗିଦ୍ କରିଥିଲେ । ଏହି ସମୟରେ ଭାରତୀୟ କ୍ରିକେଟ ଦଳର କ୍ୟାପ୍ଟେନ୍ ଏବଂ ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହଲି ଏହାର ଏକ ଭିଡ଼ିଓ ତିଆରି କରି ସେୟାର କରିବା ସହ ଲୋକମାନଙ୍କୁ ଏପରି ନ କରିବା ପାଇଁ କହିଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା ତାଙ୍କର ଏହି କାମ ତାଙ୍କୁ ହିଁ ଭାରୀ ପଡ଼ିବ ।
/sambad/media/post_attachments/wp-content/uploads/2018/06/3-6-300x110.jpg)
ଏହି ଭିଡ଼ିଓ ପରେ ଅର୍ହାନ ଏବଂ ତାଙ୍କ ମା’ ଅନୁଷ୍କାଙ୍କୁ ଗାଳି କରିବା ସହ ଏହା ତାଙ୍କର ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି କହିଥିଲେ । ଏବେ ଏହି ଘଟଣାକୁ ନେଇ ପୁଣିଥରେ ଇନ୍ଷ୍ଟାଗ୍ରାମରେ ଟ୍ରୋଲ ହୋଇଛନ୍ତି ଅନୁଷ୍କା । ନିଜର ଏକ ବ୍ରାଣ୍ଡ ନୁସ୍ ଭିଡ଼ିଓ ଅନୁଷ୍କା ଇନ୍ଷ୍ଟା ପୋଷ୍ଟ କରିଥିବା ବେଳେ ଜଣେ ବ୍ୟବହାରକାରୀ ତାଙ୍କୁ ଗାର୍ବେଜ୍ ଓମେନ୍ କହି ଟ୍ରୋଲ କରିଥିଲେ । ଆଉ ଜଣେ ବ୍ୟବହାକାରୀ ଯଦି ତୁମେ ଭାରତକୁ ସତରେ ସ୍ୱଚ୍ଛ କରିବା ପାଇଁ ଚାହୁଁଛ, ତେବେ କାହାକୁ ଜ୍ଞାନ ନ ଦେଇ ନିଜେ ଯାଇ ଅଳିଆକୁ ଡ଼ଷ୍ଟବିନ୍ରେ ଫିଙ୍ଗି ଦେଇଥାନ୍ତ ବୋଲି କହିଥିଲେ ।