ବିରାଟଙ୍କ ବ୍ୟତୀତ ଏହି ୬ ଜଣଙ୍କ ସହ ଯୋଡ଼ା ଯାଇଥିଲା ଅନୁଷ୍କାଙ୍କ ନାମ

ନିକଟରେ ଇଟାଲୀର ମିଲାନଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବିରାଟ-ଅନୁଷ୍କା। ସେ ହୁହିଁଙ୍କୁ ନେଇ ଏବେ ପ୍ରବଳ ଚର୍ଚ୍ଚା। ଅଭିନେତ୍ରୀ ଅନୁଷ୍କା ଶର୍ମା କେବଳ ବିରାଟଙ୍କ ସହ ନୁହେଁ, ଆହୁରି ଅନେକଙ୍କ ସହ ଚର୍ଚ୍ଚାରେ ରହି ଆସିଛନ୍ତି। ବିରାଟ ତାଙ୍କର ପ୍ରଥମ ଆଶିକ୍‌ ନୁହଁନ୍ତି। ତେବେ, ଜାଣିବାକୁ ଚାହାନ୍ତି ସୁନ୍ଦରୀ ଅନୁଷ୍କାଙ୍କ ନାମ ସହ ବିରାଟଙ୍କ ବ୍ୟତୀତ ଆଉ କେଉଁ ଭାଗ୍ୟବାନଙ୍କ ନାମ ଯୋଡ଼ା ଯାଇଥିଲା? ନିମ୍ନରେ ସେମାଡ଼ଙ୍କ ସଂପର୍କରେ ଉଲ୍ଲେଖ କରାଯାଇଛି।

ରଣବୀର ସିଂହ: ଅନୁଷ୍କା ଶର୍ମାଙ୍କର ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ସହ ପ୍ରେମ ସଂପର୍କ ଖୁବ୍‌ ଚର୍ଚ୍ଚା ପାଲଟିଥିଲା। ରଣବୀର ସିଂହଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ବ୍ୟାଣ୍ଡ୍‌ ବଜା ବାରାତ୍‌’ରୁ ରଣବୀର-ଅନୁଷ୍କାଙ୍କ ସାକ୍ଷାତ ଓ ପରେ ପ୍ରେମ। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ରଣବୀରଙ୍କୁ ଅନୁଷ୍କାଙ୍କ ପ୍ରଥମ ପ୍ରେମିକ ବୋଲି କୁହାଯାଏ।

ରଣବୀର କପୁର: କରଣ ଜୋହର ନିମନ୍ତ୍ରିତ କରିଥିବା ଏକ ପାର୍ଟିରେ ସାକ୍ଷାତ ହୋଇଥିଲା ରଣବୀର କପୁର ଏବଂ ଅନୁଷ୍କା ଶର୍ମାଙ୍କର। ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ ସାଥି ହୋଇ ଡିନର୍‌ ଯାଉଥିଲେ ବୋଲି ତାଙ୍କ ବିଷୟରେ ଶୁଣିବାକୁ ମିଳିଥିଲା। ସେ ସମୟରେ ଅନୁଷ୍କାଙ୍କ ପାଇଁ ଚର୍ଚ୍ଚାରେ ରହିଥିଲେ ରଣବୀର କପୁର୍‌।

ସାହିଦ କପୁର: ଇମ୍ରାନ ଖାନ୍‌ଙ୍କ ‘ମେରେ ବ୍ରଦର କି ଦୁଲ୍‌ହନ’ ଚଳଚ୍ଚିତତ୍ରର ସଫଳତା ଉତ୍ସବ ପାଳନ ସମୟରେ ସାହିଦ ଓ ଅନୁଷ୍କା ଭେଟ ହୋଇଥିଲେ। ତା’ପରେ ସେମାନେ ନିକଟତର ହୋଇଥିଲେ। ସେ ଦୁହିଁଙ୍କ ସଂପର୍କ କେତେ ଦୂର ସତ ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ।

ସୁରେଶ ରାଇନା: ବିରାଟଙ୍କ ପୂର୍ବରୁ ଆଉ ଯେଉଁ ଜଣେ କ୍ରିକେଟ ତାରକାଙ୍କ ସହ ଅନୁଷ୍କାଙ୍କ ନାମ ଯୋଡ଼ା ଯାଇଥିଲା ସେ ହେଉଛନ୍ତି ସୁରେଶ ରାଇନା।

ଅର୍ଜୁନ କପୁର: ପ୍ରଥମେ ଅର୍ଜୁନ ଓ ଅନୁଷ୍କାଙ୍କୁ ନେଇ ଅନେକ କଥା ଉଠିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଦୁଇ ଜଣ ଜୁହୁଠାରେ ଏକ କଫି ସପ୍‌ରେ ଏକତ୍ର ନଜର ଆସିବା ପରେ କଥା ଏକଦମ ସ୍ପଷ୍ଟ ହୋଇ ଯାଇଥିଲା। ତେବେ, ଅଜୁର୍ନ-ଅନୁଷ୍କାଙ୍କ ବିଷୟରେ ଅନ୍ୟ ସମସ୍ତଙ୍କ ଅପେକ୍ଷା ବେଶି ଗସିପ୍‌ ହୋଇଥିଲ।

ଯୋଯେବ୍‌ ୟୁସୁଫ୍‌: ଯେହେବ୍‌ ୟୁସୁଫ୍‌ ହେଉଛନ୍ତି ଜଣେ ର‍୍ୟାମ୍ପ୍‌ ମଡେଲ୍‌। ଅନୁଷ୍କା ଯେତେବେଳେ ମଡେଲିଂ କରୁଥିଲେ ସେ ସମୟରେ ସେ ବାଙ୍ଗାଲୋରଠାରେ ଯୋହେବଙ୍କୁ ଭେଟିଥିଲେ। ସେମାନଙ୍କ ଭିତରେ ଗଭୀର ସଂପର୍କ ରହିଥିଲା। ସେମାନେ ୨ ବର୍ଷରୁ ଊର୍ଧ୍ୱ ସଂପର୍କରେ ରହିଥିଲେ।

ସମ୍ବନ୍ଧିତ ଖବର