ଗର୍ଭବତୀ ଅଛନ୍ତି କି ଅନୁଷ୍କା ଶର୍ମା? ଏ ସଂପର୍କିତ ପ୍ରଶ୍ନର ଏଭଳି ଉତ୍ତର ଦେଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜର ଆଗାମୀ ଫିଲ୍ମ ‘ଜିରୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ଥିବା ତାଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମରେ ତାଙ୍କ ଚରିତ୍ରର ଅଧିକ ଗୁରୁତ୍ୱ ରହିଥିବା ଜଣାପଡ଼ିଛି । ତେବେ ଫିଲ୍ମ ଅପେକ୍ଷା ଏବେ ଅନୁଷ୍କା ନିଜ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବିବାହକୁ ବର୍ଷେ ପୂରି ସାରିଥିବା ବେଳେ ଅନୁଷ୍କା ଏବେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଛି । ଏ ନେଇ ଅନୁଷ୍କାଙ୍କୁ ପଚରାଯିବା ପରେ ସେ ଏହାର ଉତ୍ତର ରଖିଥିଲେ ।

The Indian Express

ମୁଁ ଜାଣି ନାହିଁ ଏଭଳି ଖବର ଆସୁଛି କେଉଁଠୁ? ଏ ସବୁ ବେକାର କଥା । ଆପଣ ବିବାହକୁ ଲୁଚାଇ ପାରିବେ । କିନ୍ତୁ ଗର୍ଭାବସ୍ଥାକୁ ନୁହେଁ । ଯଦି କେହି ଏଭଳି ଖବର ଲୁଚାଇବା ପାଇଁ ଚେଷ୍ଟା ବି କରିବ,୪ ମାସ ପରେ ସତ ଆପେ ଆପେ ବାହାରକୁ ଆସିଯିବ । କିନ୍ତୁ ଏବେ ମୋର ସେଭଳି କୌଣସି ଯୋଜନା ନାହିଁ । ମୁଁ ଏବେ ମୋ କାମ ଉପରେ ଅଧିକ ଧ୍ୟାନ ଦେଉଛି ବୋଲି କହିଥିଲେ ଅନୁଷ୍କା ।

ସମ୍ବନ୍ଧିତ ଖବର