ବିବାହର ବର୍ଷେ ପରେ ଭାଇରାଲ୍‌ ହେଲା ଅନୁଷ୍କାଙ୍କ ବିଦାୟୀ ବେଳର ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ବର୍ଷ ଫେବ୍ରୁଆରିରେ କ୍ରିକେଟର୍‌ ବିରାଟ କୋହଲିକୁ ବିବାହ କରିଥିଲେ। ଏହି ଦୁଇ ଷ୍ଟାର୍‌ ଦମ୍ପତିଙ୍କ ବିବାହର ଚର୍ଚ୍ଚା ଚାରିଆଡ଼େ ହୋଇଥିଲା। ଇତିମଧ୍ୟରେ ବିରୁଷ୍କାଙ୍କ ବିବାହ ଯାଇ ସେମାନଙ୍କ ବିବାହ ବାର୍ଷିକ ବି ଯାଇ ସାରିଲାଣି। ତେବେ, ସେମାନଙ୍କ ବିବାହ ବେଳର ଫଟୋ ସେବେ ପର୍ଯ୍ୟନ୍ତ ପ୍ରଶଂସକ ଦେଖିବାକୁ ପାଇନଥିଲେ, ଯେବେ ପର୍ଯ୍ୟନ୍ତ ବିରୁଷ୍କା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ନିଜ ଆଡୁ ଅପ୍‌ଲୋଡ କରିନଥିଲେ।

ପୁଣି ଧୀରେ ଧୀରେ ସେ ଦୁହିଁଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଥିଲା। ବିବାହର ଫଟୋ ତ ପ୍ରଶଂସକ ଦେଖିଥିଲେ। ମାତ୍ର ବିବାହର ଏକ ବର୍ଷ ପରେ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଅନୁଷ୍କାଙ୍କ ବିଦାୟୀ ଭିଡିଓ। ଅନୁଷ୍କାଙ୍କ ଏହି ବିଦା ବେଳର ଭିଡିଓକୁ ବହୁ ପ୍ରଶଂସକଙ୍କ ଗ୍ରହଣୀୟତା ମିଳିଛି।

 

 

View this post on Instagram

 

Prettiest bride ?❤️ Vc @desymovies we have added song in it 🙂 ! @anushkasharma. #svp?anushka

A post shared by Anushka Sharma Fanpage (@extremely_nushkie) on

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିରାଟ ଓ ଅନୁଷ୍କା ଉଭୟ ଉଭୟଙ୍କୁ ଦୀର୍ଘ ବର୍ଷ ଧରି ଡେଟିଂ କରିବା ପରେ ଶେଷରେ ୨୦୧୭ ମସିହାରେ ପରସ୍ପରଙ୍କ ହାତ ଧରି ବିବାହ ବନ୍ଧନରେ ଆବଧ ହୋଇଥିଲେ।

ସମ୍ବନ୍ଧିତ ଖବର