‘ଜିରୋ’ର ଟ୍ରେଲରର ଚାହିଦା ଦେଖି ବଦଳିଲା ହଲିଉଡ୍‌ ଫିଲ୍ମ ‘ଏକ୍ୱାମ୍ୟାନ୍‌’ର ରିଲିଜ୍‌ ତାରିଖ

ମୁମ୍ବାଇ : ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଚର୍ଚ୍ଚାରେ ରହିଛି ବଲିଉଡ୍‌ର କିଙ୍ଗ ଖାନ୍‌ଙ୍କ ଫିଲ୍ମ ‘ଜିରୋ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ୍‌ ଖାନ୍‌,ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ ନଜର ଆସିଥିବା ବେଳେ ୩ ଜଣଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଛି । ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ହେଉଥିବା ଚର୍ଚ୍ଚାକୁ ଦେଖି ଏକ ହଲିଉଡ୍‌ ଫିଲ୍ମର ରିଲିଜ୍‌ ତାରିଖକୁ ବଦଳାଇ ଦିଆଯାଇଥିବା ଜଣାପଡ଼ିଛି ।

ହଲିଉଡ୍‌ ଫିଲ୍ମ ‘ଏକ୍ୱାମ୍ୟାନ୍‌’ ଫିଲ୍ମ ‘ଜିରୋ’ ସହ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ତାହା ହେବ ନାହିଁ ବୋଲି ସୂଚନା ମିଳିଛି । ପୂର୍ବରୁ ଫିଲ୍ମଟି ଡ଼ିସେମ୍ବର ୨୧ରେ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଏହା ଡ଼ିସେମ୍ବର ୧୪ରେ ରିଲିଜ୍‌ କରାଯିବ । ଏଥିରୁ ଶାହାରୁଖ୍‌ଙ୍କ ଫିଲ୍ମ ‘ଜିରୋ’ କେତେ ବଡ଼ ହିଟ୍‌ ହେବାକୁ ଯାଉଛି ତାହା ଲୋକମାନେ କହିବା ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ, ‘ଏକ୍ୱାମ୍ୟାନ୍‌’ ଭାରତରେ ହିନ୍ଦୀ,ତାମିଲ,ତେଲୁଗୁ ଭାଷାରେ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର