୧୦ ବର୍ଷୀୟା ବାଳିକାର କଣ୍ଠସ୍ବରରେ ମୁଗ୍ଧ ହେଲେ ଏ ଆର୍‌‌ ରହମାନ୍‌, ଟ୍ବିଟ୍‌ରରେ ସେୟାର୍‌ କଲେ ଭିଡିଓ

ମୁମ୍ବାଇ: ଜଣେ ୧୦ ବର୍ଷୀୟା ବାଳିକାର କଣ୍ଠସ୍ବରରେ ମୁଗ୍ଧ ହୋଇଛନ୍ତି ସଂଗୀତ ନିର୍ଦ୍ଦେଶକ ଏ ଆର୍‌ ‌ରହମାନ୍‌। ବ୍ରିଟେନ୍ସ ଗଟ୍‌ ଟ୍ୟାଲେଣ୍ଟ୍‌ରେ ଗୀତ ଗାଉଥିବା ଏହି ବାଳିକାରଟିର ପ୍ରଶଂସା କରି ଟ୍ବିଟ୍‌ କରିଛନ୍ତି ରହମାନ। ବାଳିକା ଜଣକ ହେଉଛନ୍ତି ସୁପର୍ଣ୍ଣିକା ନାୟର। ୧୦ ବର୍ଷୀୟା ନାୟର ଆମେରିକୀୟ ଅଭିନେତ୍ରୀ ଜୁଡି ଗର୍ଲାଣ୍ଡ୍‌ଙ୍କ ଟ୍ରୋଲି ଗୀଗ ଗାଇବା ଆରମ୍ଭ କରିଥିଲେ। ମାତ୍ର ତାଙ୍କ ସ୍ବରର ଭିନ୍ନ ଏକ ଦିଗ ଦେଖିବା ପାଇଁ ସେଠାରେ ଥିବା ଅନ୍ୟତମ ବିଚାରକ ସିମନ୍‌ କାୱଏଲ୍‌ ତାଙ୍କୁ ଅଧାରୁ ଅଟକାଇ ଭିନ୍ନ ଏକ ଗୀତ ଗାଇବାକୁ କହିଥିଲେ।

ବିଚାରକ ସିମନ୍‌ ତାଙ୍କୁ ଗ୍ରେଟେଷ୍ଟ୍‌ ସୋମ୍ୟାନ୍‌ ଚଳଚ୍ଚିତ୍ରର ନେଭର୍‌ ଏନଫ୍‌ ଗାଇବାକୁ କହିଥି‌ଲେ। ନାୟର ଏହି ଗୀତଟିକୁ ଗାଇବା ପରେ ସେଠାରେ ଉପସ୍ଥିତ ଥିବା ବିଚାରକ ମଣ୍ଡଳି ଓ ଦର୍ଶକମାନେ ସ୍ତବ୍ଧ ହୋଇ ଯାଇଥିଲେ। ଟ୍ବିଟର୍‌ରେ ତାଙ୍କ ଗୀତ ଶୁଣିବା ପରେ ଅନେକ ଟ୍ବିଟର୍‌ ବ୍ୟବହାରକାରୀ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

 

ସମ୍ବନ୍ଧିତ ଖବର