ଦୁଇମାସ ପରେ ଘରକୁ ଫେରିବା ପରେ ଅଭିଷେକଙ୍କୁ ଏହି ଉପହାର ଦେଲେ ଆରାଧ୍ୟା!

ନୂଆଦିଲ୍ଲୀ : ଜୁନିଅର ବଚ୍ଚନ ଆଜିକାଲି ତାଙ୍କର ନୂଆ ସିନେମା ‘ମନମର୍ଜିଆ’ର ସୁଟିଂରେ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ତେବେ ନିକଟରେ ଏହାର ଏକ ପ୍ରଥମ ଭାଗର ସୁଟିଂ ଶେଷ କରି ଅଭିଷେକ ବଚ୍ଚନ ଘରକୁ ଫେରିଥିଲେ। ଅଭିଷେକ ଘରକୁ ଫେରିବା ମାତ୍ରେ ତାଙ୍କର ଝିଅ ଅରାଧ୍ୟା ତାଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ଏହାକୁ ଦେଖି ପିତା ଅଭିଷେକ ବି ଖୁବ୍‌ ଆନନ୍ଦିତ ହୋଇଛନ୍ତି। ଏହି ଉପହାର ସଂପର୍କରେ ଅଭିଷେକ ବଚ୍ଚନ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି।
ବାପା ଅଭିଷେକ ଘରକୁ ଫେରିବା ମାତ୍ରେ ତାଙ୍କର ଛଅ ବର୍ଷର ଝିଅ ଆରାଧ୍ୟା ତାଙ୍କୁ ସରପ୍ରାଇଜ୍‌ ଗିଫ୍ଟ ଭାବେ ଏକ ହାତ ଲେଖା ସ୍ୱତନ୍ତ୍ର ନୋଟ୍‌ ଦେଇଛନ୍ତି। ସେଥିରେ ଲେଖା ହୋଇଥିଲା-‘ଆଇ ଲଭ୍‌ ୟୁ ପାପା’।

hiamag.com

ଏହି ସ୍ପେସିଆଲ୍‌ ନୋଟ୍‌ ଅଭିଷେକଙ୍କ ଅପେକ୍ଷାରେ ତାଙ୍କ ଅଫିସ୍‌ରେ ଲାଗି ଥିଲା। ପ୍ରାୟ ଦୁଇ ମାସ ପରେ ଯେମିତି ଅଭିଷେକ ବଚ୍ଚନ ଅଫିସରେ ପହଞ୍ଚଥିଲେ,ତାଙ୍କୁ ସ୍ପେସିଆଲ୍‌ ନୋଟ୍‌ଟି ମିଳିଥିଲା। ଝିଅ ଆରାଧ୍ୟାର ଏହି ନୋଟ୍‌ଟି ଦେଖି ପିତା ଅଭିଷେକ ବଚ୍ଚନ ଖୁବ୍‌ ଭାବପ୍ରବଣ ହୋଇ ଉଠିଥିଲେ। ସେ ଏହାର ଏକ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର୍‌ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆରାଧ୍ୟା ଏବେ ମୁମ୍ବାଇର ଧୀରୁଭାଇ ଅମ୍ବାନିଙ୍କ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ପଢ଼ୁଛନ୍ତି।

ସମ୍ବନ୍ଧିତ ଖବର