ପୁଅ ଆରବ ଏପରିଭାବେ ମାଆ ଟ୍ଵିଙ୍କଲ ଖାନ୍ନାଙ୍କର ଋଣ ପରିଶୋଧ କରୁଛନ୍ତି!

ମୁମ୍ବାଇ : ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପତ୍ନୀ ହେବା ପରେ ଟ୍ଵିଙ୍କଲ ଖାନ୍ନା ଅଭିନୟ କ୍ଷେତ୍ରରୁ ଦୂରେଇ ଯାଇଛନ୍ତି ସତ, କିନ୍ତୁ ସେ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ଟ୍ଵିଙ୍କଲ ଖାନ୍ନା ସୋସିଆଲ୍‌ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସିଧାସଳଖ ତାଙ୍କ ପୁଅ ଆରବଙ୍କ ସହିତ ସଂଶ୍ଳିଷ୍ଟ।

ଅକ୍ଷୟ କୁମାର ଓ ଟ୍ଵିଙ୍କଲଙ୍କ ପୁଅ ଆରବଙ୍କ ବୟସ ଏବେ ୧୬ ବର୍ଷ। ଆରବ ମିଡିଆଠାରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ମାଆଙ୍କ ସହିତ ଆରବଙ୍କ ସମ୍ପର୍କ କେତେ ମଜଭୁତ, ତାହା ଏହି ପୋଷ୍ଟରେ ଦେଖିବାକୁ ମିଳିଛି।

ଟ୍ଵିଙ୍କଲ ଖାନ୍ନା ନିକଟରେ ନିଜର ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ତାଙ୍କୁ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ଟ୍ଵିଙ୍କଲ ଲେଖିଛନ୍ତି- ‘ଆରବକୁ ଫଟୋ ଉଠାଇବା ପାଇଁ ରାଜି କରାଇବା ମଧ୍ୟ ଏକ କଳା। ମୁଁ ତାକୁ ନିଜ ଗର୍ଭରେ ୯ ମାସ ଯାଏଁ ରଖିଛି। ଏଣୁ ଆରବ ଏକ ଫଟୋ ଉଠାଇ ମୋର ଋଣର ଛୋଟ ଅଂଶ ପରିଶୋଧ କରିପାରେ।’

ଏହା ପୂର୍ବରୁ ଟ୍ଵିଙ୍କଲ୍‌ ଏକ ଚାଟ୍‌ର ସ୍କ୍ରିନ୍ ସଟ୍  ସେଆର୍‌ କରିଥିଲେ, ଯେଉଁଥିରେ ଆରବ ଟ୍ଵିଙ୍କଲଙ୍କର ଡ୍ରାଇଭିଂକୁ ନେଇ ଥଟ୍ଟାମଜ୍ଜା କରିଥିଲେ।

ସମ୍ବନ୍ଧିତ ଖବର