କପିଲଙ୍କ ସୋ’ରେ ସିଦ୍ଧୁଙ୍କ ବଦଳରେ ନଜର ଆସିବେ କି ଅର୍ଚ୍ଚନା ପୁରନ ସିଂହ?

ମୁମ୍ବାଇ: ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ଅଭିନେତା ତଥା ପଞ୍ଜାବ ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁଙ୍କ ପାକିସ୍ତାନକୁ ସମର୍ଥନ କରିି ବୟାନ ଦେବା ମହଙ୍ଗା ପଡ଼ିଛି। ସେ ଦେଇଥିବା ଦେଶ ବିରୋଧୀ ବୟାନ ପାଇଁ ତାଙ୍କୁ କପିଲ୍‌ ଶର୍ମାଙ୍କ ସୋ’ରୁ ବାହାର କରି ଦିଆଯାଇଛି।

ସୂଚନା ରହିଛି ଯେ କପିଲ୍‌ଙ୍କ ବଦଳରେ ସୋ’ରେ ନଜର ଆସିବେ ଅର୍ଚ୍ଚନା ପୁରନ ସିଂହ। କପିଲ୍‌ଙ୍କ କମେଡି ସୋ’ରେ ସିଦ୍ଧୁଙ୍କ ଦାୟିତ୍ୱ ତୁଲାଇବେ ଅର୍ଚ୍ଚନା। ଆହୁରି ବି ରିପୋର୍ଟ ହସ୍ତଗତ ହୋଇଛି ଯେ ଅର୍ଚ୍ଚନା ୨ଟି ଏପିସୋଡ ପାଇଁ ସୁଟିଂ ବି ସାରି ସାରିଲେଣି।

ମାତ୍ର ଏପରି ଖବରକୁ ଅସ୍ୱୀକାର କରିଛନ୍ତି ନିଜେ ଅଚ୍ଚର୍ନା। ସେ କହିଛନ୍ତି ଏହା ସତ ଯେ କପିଲଙ୍କ ସୋ’ର ଦୁଇଟି ଏପିସୋଡ ପାଇଁ ସେ ସୁଟିଂ କରିଛନ୍ତି। ମାତ୍ର ତାହା ସିଦ୍ଧୁଙ୍କୁ ହଟାଇବା ଉଦେଶ୍ୟରେ ନଥିଲା। ସିଦ୍ଧୁ ତାଙ୍କର ରାଜନୈତିକ କାମ ନେଇ ବ୍ୟସ୍ତ ଥିବା ହେତୁ ଅସ୍ଥାୟୀ ଭାବେ ସେହି ୨ଟି ଏପିସୋଡ ସୁଟିଂ କରିଥିଲେ। ମାତ୍ର ଚ୍ୟାନେଲ୍‌ ପକ୍ଷରୁ ତାଙ୍କୁ ଏପରି କୌଣସି ଅଫର୍‌ ମିଳିନାହିଁ। ମିଳିଲେ ସେ ଚିନ୍ତା କରିବେ।

ସମ୍ବନ୍ଧିତ ଖବର