ଭୁବନେଶ୍ୱର: ଓଲିଉଡ଼୍ ଲୋକପ୍ରିୟ ନାୟିକା ଅର୍ଚ୍ଚିତା ‘ଓ ମାଇଁ ଲଭ୍ ’ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ଶେଷ ଓଡ଼ିଆ ସିନେମା ହେଲା‘ଜଷ୍ଟ୍ ମୋହବତ୍’। ଏହା ଗତ ବର୍ଷ ରିଲିଜ୍ ହୋଇଥିଲା।
ଓଲିଉଡ଼୍ର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କୁ ଦର୍ଶକ କେତେବେଳ ରୋମାଣ୍ଟିକ୍ ତ ପୁଣିି କେବେ କମିକ୍ ରୋଲ୍ରେ ଦେଖିବାକୁ ପାଇଛନ୍ତି। ଖାଲି ସେତିକି ନୁହେଁ। ସେ କେତୋଟି ସିନେମାରେ ପ୍ରତିଶୋଧ ପରାୟଣା ନାରୀ ଭୂମିକା ବି ନିଭାଇଛନ୍ତି।
ଅର୍ଚ୍ଚିତାଙ୍କର ଏହି ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଦେ ମା’ ଶକ୍ତି ଦେ’ । ଏହାର ନିର୍ଦ୍ଦେଶନା ଦେଇଥିଲେ ଓଲିଉଡ଼୍ର ଓଣ୍ଡର ବୟ ସଂଜୟ ନାୟକ।
‘ଦେ ମା’ ଶକ୍ତି ଦେ’ସିନେମାରେ ଅର୍ଚ୍ଚିତା ନିଜ ଭଊଣୀଙ୍କର ହତ୍ୟାର ପ୍ରତିଶୋଧ ନେଉଛନ୍ତି। ଏହି ଫିଲ୍ମରେ ଅର୍ଚ୍ଚିତାଙ୍କ ଭଉଣୀ ଭୂମିକାରେ ଆସିଥିଲେ ଉଷସୀ ମିଶ୍ର। ଏଥିରେ ସିଦ୍ଧାନ୍ତ ଥିଲେ ଉଷସୀଙ୍କର ବିପକ୍ଷରେ। ଆଉ ଅର୍ଚ୍ଚିତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଚନ୍ଦନ।
କାହାଣୀ ଅନୁଯାୟୀ,ସିଦ୍ଧାନ୍ତଙ୍କ ଭିତରେ ଏକ ଖଳ ଆତ୍ମା ପଶିଯିବା ଫଳରେ ସେ ଦୁଷ୍ଟ ଚରିତ୍ରର ହୋଇଯାଆନ୍ତି। ସେହି ଦୁଷ୍ଟ ଆତ୍ମାକୁ ଶାସ୍ତି ଦେବା ଲାଗି ଦେବୀ ମା’ଙ୍କର ଶରଣାପନ୍ନ ହୁଅନ୍ତି ଓ ଶେଷରେ ଏଥିରେ ସଫଳ ମଧ୍ୟ ହୁଅନ୍ତି ଅର୍ଚ୍ଚିତା।