ଦୁଇଥର ଏକାଠି ଆସିଛନ୍ତି ଏହି ଦୁଇ ଓଲିଉଡ଼୍‍ ନାୟିକା

ଭୁବନେଶ୍ୱର: ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଓଲିଉଡ଼୍‍ରେ ଅନେକ ସମୟରେ ଦୁଇଜଣ ନାୟିକାଙ୍କୁ ନେଇ ସିନେମା ତିଆରି କରିଥାନ୍ତି। ଏହି କାରଣରୁ ଏକାଠି ଗୋଟିଏ ସିନେମାରେ କାମ କରିବାର ସୁଯୋଗ ମିଳିଥାଏ ଦୁଇ ଜଣ ନାୟିକାଙ୍କୁ । ହୁଏତ ଏମାନଙ୍କ ମଧ୍ୟରୁ ଜଣେ ସିନିଅର୍‌ ଓ ଆରଜଣକ ଜୁନିଅର୍‌ ହୋଇଥିବା ହେତୁ ଗୋଟିଏ ସିନେମାରେ ସ୍କ୍ରିନ୍‌ ସେଆର୍‌ କରିବାକୁ ରାଜି ହୁଅନ୍ତି।
ଏଭଳି ଦୁଇ ଓଲିଉଡ଼୍‍ ନାୟିକା ହେଲେ ଅର୍ଚ୍ଚିତା ଓ ପ୍ରକୃତି ମିଶ୍ର। ଅର୍ଚ୍ଚିତା ୨୦୦୫ରେ ହୋଇଥିବା ଫିଲ୍ମ ‘ଓ ମାଇଁ ଲଭ୍‌’ ଜରିଆରେ ଓଲିଉଡ଼୍‍ରେ ଏଣ୍ଟ୍ରି ନେଇଥିଲେ।ଅପରପକ୍ଷରେ ଶିଶୁ କଳାକାରରୁ ପ୍ରକୃତି ମିଶ୍ର ନାୟିକା ସାଜିଥିଲେ ପ୍ରଥମେ ଫିଲ୍ମ ‘ଥୁକୁଲ୍‌’ରେ,ଯାହା ୨୦୧୨ରେ ପରଦାକୁ ଆସିଥିଲା। ଏ ଦୃଷ୍ଟିରୁ ଅର୍ଚ୍ଚିତା ପ୍ରକୃତିଙ୍କ ଠାରୁ ସିନିଅର୍‌।
ପ୍ରଥମ ସିନେମାରେ ହିଁ ପ୍ରକୃତି ଅର୍ଚ୍ଚିତାଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିଥିଲେ। ଏଥିରେ ନାୟକ ଭୂମିକାରେ ନଜର ଆସିଥିଲେ ଷ୍ଟାର୍‌ସନ୍‌ ବାବୁସାନ୍‌। ତା’ପରେ ଅର୍ଚ୍ଚିତା ଓ ପ୍ରକୃତି ଦ୍ୱିତୀୟ ଓ ଅନ୍ତିମ ଥର ଲାଗି ଏକାଠି ଆସିଥିଲେ ‘ଏସି ପି ସାଗରିକା’ରେ।


‘ଥୁକୁଲ୍‌’ର ନିର୍ଦ୍ଦେଶନା ଦେଇଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ। ଏଥିରେ ବାବୁସାନ୍‌,ଅର୍ଚ୍ଚିତା ଓ ପ୍ରକୃତିଙ୍କ ବ୍ୟତୀତ ସମରେଶ,କୁନା ତ୍ରିପାଠୀ ,ଅପରାଜିତା ,ପୁପିନ୍ଦର୍‌ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ‘ଏସି ପି ସାଗରିକା’ରେ ପ୍ରକୃତିଙ୍କ ସହ ଓଲିଉଡ଼୍‍ ଡ଼େବ୍ୟୁ କରିଥିଲେ ହ୍ୟାଣ୍ଡ୍‌ସମ୍‌ ହିରୋ ଅଭିଷେକ। ଏତଦ୍‌ବ୍ୟତୀତ ମିହିର ଦାସ,ଚୌଧୁରୀ ବିକାଶ ଦାସ ଓ ପ୍ରିୟଙ୍କା ପ୍ରମୁଖ ନଜର ଆସିଥିଲେ। ‘ଏସିପି ସାଗରିକା’ଫିଲ୍ମରେ ଅର୍ଚ୍ଚିତାଙ୍କ ବିପକ୍ଷରେ କେହି ନାୟକ ନ ଥିଲେ।

ସମ୍ବନ୍ଧିତ ଖବର