ଏହି ନିର୍ଦ୍ଦେଶକଙ୍କସହ ଯୋଡି ଭାଙ୍ଗିଯାଇଛି ଅର୍ଚ୍ଚିତାଙ୍କର !

0 733

ଭୁବନେଶ୍ୱର : ‘ଓ ମାଇଁ ଲଭ’ ହେଉଛି ଓଲିଉଡର ଟପ୍‌ ହିରୋଇନ୍‌ ଅର୍ଚ୍ଚିତାଙ୍କ ଅଭିନୀତ ପ୍ରଥମ ସିନେମା । ଏହି ସିନେମା ୨୦୦୫ରେ ମୁକ୍ତିଲାଭ କରିଥିଲା । ଏହାର ନିର୍ଦ୍ଦେଶନା ଦେଇଥିଲେ ଅଲରାଉଣ୍ଡର୍‌ ସଞ୍ଜୟ ନାୟକ। ଆପଣ ଜାଣନ୍ତି କି ଏହି ନିର୍ଦ୍ଦେଶକଙ୍କ ସହ ବି ସବୁଠାରୁ ବେଶୀ ସିନେମାରେ ଅର୍ଚ୍ଚିତା କାମ କରିଛନ୍ତି।

‘ଓ ମାଇଁ ଲଭ୍‌’ ପରେ ଅର୍ଚ୍ଚିତା ଲଗାତାର ପାଞ୍ଚ ବର୍ଷ ଧରି ଅଲ୍‌ରାଉଣ୍ଡର ସଞ୍ଜୟ ନାୟକଙ୍କ ସହିତ କାମ କରିଥିଲେ। ଏହି ସମୟ ଭିତରେ ଏ ଦୁହେଁ ଯେଉଁ ୧୦ଟି ସିନେମାରେ ଏକାଠି କାମ କରିଥିଲେ, ସେଗୁଡ଼ିକ ହେଲା- ‘ଓ ମାଇଁ ଲଭ୍‌’, ‘ବାବୁ ଆଇ ଲଭ୍‌ ୟୁ’, ‘ଦେ ମା’ ଶକ୍ତି ଦେ’, ‘ତୋ’ ବିନା ମୋ’ କାହାଣୀ ଅଧା’, ‘ତୋ’ ପାଇଁ ନେବି ମୁଁ ଶହେ ଜନମ’, ‘ଧନରେ ରଖିବୁ ଶପଥ ମୋର’, ‘ମୁଁ ସପନର ସୌଦାଗର’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’, ‘ପାଗଳ କରିଚି ପାଉଁଜି ତୋର’ ଏବଂ ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’। ଏହାପରେ ସେ ଯେଉଁ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶଙ୍କ ସହ ଗୋଟିଏ ବା ଦୁଇଟି ଛବିରେ ଅଭିନୟ କରିଛନ୍ତି।

ଏହି ସିନେମା ଗୁଡିକରେ ଓଲିଉଡର ଟପ୍‌ ହିରୋଇନ୍‌ ଅର୍ଚ୍ଚିତା ଅନୁଭବ,ସବ୍ୟସାଚୀ,ଅରିନ୍ଦମ୍‌,ଏବଂ ବୁଦ୍ଧାଦିତ୍ୟ ପ୍ରମୁଖ ଲୋକପ୍ରିୟ ନାୟକଙ୍କ ନାୟିକା ଭୂମିକା ନିଭାଇଥିଲେ। ସଞ୍ଜୟ-ଅର୍ଚ୍ଚିତାଙ୍କ ଯୋଡ଼ିଙ୍କର ଅନ୍ୟ ଏକ ସିନେମା ଥିଲା ‘ମନ ମୋ’ ନେଇ ଯାଆରେ’। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ବନିଥିଲେ ଅର୍ଚ୍ଚିତା। କିନ୍ତୁ ଏହାର ସୁଟିଂ ଅଧାରେ ଅଟକିଥିଲା । ଏହା ଏଯାବତ୍‌ ପ୍ରେକ୍ଷାଳୟକୁ ଆସି ପାରି ନାହିଁ।

ଏଥିମଧ୍ୟରୁ ଶେଷ ଦୁଇଟି ସିନେମା ୨୦୦୯ରେ ପ୍ରେକ୍ଷାଳୟକୁ ଆସିଥିଲା। ଅର୍ଥାତ୍‌ ୨୦୦୯ ପରେ ସଞ୍ଜୟ ନାୟକଙ୍କ କୌଣସି ସିନେମାରେ ଅଭିନୟ କରି ନାହାଁନ୍ତି ଅର୍ଚ୍ଚିତା। ପ୍ରକାରାନ୍ତରେ କହିବାକୁ ଗଲେ ସଞ୍ଜୟ-ଅର୍ଚ୍ଚିତାଙ୍କ ଯୋଡ଼ି ଭାଙ୍ଗି ଯାଇଛି ଏବଂ ପ୍ରାୟ ନଅ ବର୍ଷ ହେବ ଏହା ଯୋଡ଼ି ହୋଇ ପାରି ନାହିଁ। ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ୨୦୦୫ରୁ ୨୦୦୯ ଯାଏଁ ଅର୍ଚ୍ଚିତା କେବଳ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ସିନେମାରେ ହିଁ ଦେଖା ଦେଉଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.