ମୀରାଙ୍କ ପରେ କରିନା ହେବେ ଦ୍ୱିତୀୟ ସନ୍ତାନର ଜନନୀ !

ନୂଆଦିଲ୍ଲୀ: ନିକଟରେ ବଲିଉଡ୍‌ ଅଭିନେତା ସାହିଦ କପୁର ଓ ମୀର ରାଜପୁତଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ନେବା ନେଇ ମଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଅନ୍ୟପଟେ ଏକଦା ସାହିଦ କପୁରଙ୍କ ଗାର୍ଲଫ୍ରେଣ୍ଡ କୁହାଯାଉଥିବା କରିନା କପୁର ଖାନ୍‌ ଓ ତାଙ୍କ ସ୍ୱାମୀ ସୈଫ୍‌ଅଲ୍ଲୀ ଖାନ୍‌ ଅପେକ୍ଷା ପୁଅ ତୈମୁର ଗଣମାଧ୍ୟମରେ ଅଧିକ ଚର୍ଚ୍ଚାରେ ରହିଥାଏ। ଏବେ ଏମିତିରେ ପ୍ରଶ୍ନ ଉଠୁଛି କି କରିନା ଓ ସୈଫ୍‌ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି।

ଗତ ଥର କରିନା ଅନ୍ତସତ୍ତ୍ୱା ଥିବା ସମୟରେ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। ୨୦୧୬ ଡିସେମ୍ବର ୨୦ରେ ତୈମୁରଙ୍କ ଜନ୍ମ ହୋଇଥିଲା। ସେବେଠାରୁ ନେଇ ଏଯାବତ୍‌ ତାଙ୍କର ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଛି। ନିକଟରେ କରିନା ତାଙ୍କର ଜଣେ ଖାସ୍‌ ସାଙ୍ଗ ଅମୃତା ଅରୋଡା ସହିତ ଏକ ଚାଟ୍‌ ସୋ’ରେ ପହଞ୍ଚିଥିଲେ, ସେଠାରେ ସେ ଖୁଲାସା କରିଥିଲେ କି ଏବେ ସେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏନେଇ କରିନାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ କିନ୍ତୁ ଦୁଇବର୍ଷ ପରେ।

ଏହାପରେ ଅମୃତା ଚୁଟକି ନେଇ କହିଲେ, ‘ମୁଁ କରିନାଙ୍କୁ କହିଦେଇଛି, ସେ ଦ୍ୱିତୀୟ ଥର ଯେବେ ବି ଅନ୍ତସତ୍ତ୍ୱା ହେବେ ତାଙ୍କୁ ପ୍ରଥମେ ଜଣାଇବେ କାରଣ ସେ ଦେଶ ଛାଡ଼ି ଯିବାର ଅଛି।’

ସମ୍ବନ୍ଧିତ ଖବର