ମୁମ୍ବାଇ: ମଲ୍ଲାଇକା ଅରୋରା ଓ ଅର୍ଜୁନ କପୁର ଏବେ ନିଜ ନିଜ ଆଫେଆର୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମଲ୍ଲାଇକା ଏବେ ଅର୍ଜୁନ କପୁରଙ୍କୁ ଡେଟ୍ କରୁଛନ୍ତି। ତେଣେ ଅରବାଜ୍ ଖାନ୍ ନିଜର ଗାର୍ଲଫ୍ରେଣ୍ଡ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ଲିଭଇନ୍ରେ ଅଛନ୍ତି। ଖୁବ୍ ଶୀଘ୍ର ଅରବାଜ୍ ଜର୍ଜିୟାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଅରବାଜ୍ ଓ ମଲ୍ଲାଇକାଙ୍କର ଏକ ପୁଅ ବି ଅଛି। ତାଙ୍କ ନାଆଁ ଅରହାନ୍। ବାପା ମାଆ ନିଜର ଆଫେଆର୍କୁ ନେଇ ବ୍ୟସ୍ତ ଥିବାବେଳେ ପୁଅ ଅରହାନ୍ ଏକ କାରନାମା କରିଛନ୍ତି। ତାହା ହେଲା ଯେ,ସେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଯଦି ଆପଣ ଭାବୁଥିବେ ଯେ ଅରହାନ୍ ବଲିଉଡରେ ହିରୋ ଭାବେ କ୍ୟାରିଅର୍ ଆରମ୍ଭ କରିବାକୁ ଯାଉଛନ୍ତି,ତେବେ ତାହା ଠିକ୍ ନୁହେଁ।
/sambad/media/post_attachments/wp-content/uploads/2019/02/Arbaaz-Khan.jpg)
ହଁ , ସେ ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହକାରୀ ଭାବେ ସଲମାନ୍ ଖାନ୍ ଷ୍ଟାରର୍ ମୁଭି ‘ଦବଙ୍ଗ-୩’ରେ କାମ କରିବାକୁ ଯାଉଛନ୍ତି। ଅରହାନ୍ଙ୍କ ବୟସ ଏବେ ମାତ୍ର ୧୬ ବର୍ଷ। ସେ ଏତେ କମ୍ ବୟସରେ ଏକ ବିଗ୍ ବଜେଟ୍ ଫିଲ୍ମ ,ପୁଣି ପ୍ରଭୁଦେବାଙ୍କ ପରି ନିର୍ଦ୍ଦେଶକଙ୍କ ସହ କ୍ୟାରିଅର୍ ଆରମ୍ଭ କରୁଥିବାରୁ ଉଭୟ ଅରବାଜ୍ ଖାନ୍ ଓ ମଲ୍ଲାଇକା ଅରୋରା ଖୁବ୍ ଖୁସି ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/arbaazu09.jpeg)