ଘୁଷୁରୀ ପାଇଁ ଭାବିସ୍ୱାମୀଙ୍କ ସହ ସବୁ ସଂପର୍କ ଭାଙ୍ଗିଦେଲେ ଏହି ଅଭିନେତ୍ରୀ,ଫେରାଇଦେଲେ ୬୮ଲକ୍ଷର ମୁଦି

ନୂଆଦିଲ୍ଲୀ : ଆମେରିକାର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ କଣ୍ଠଶିଳ୍ପୀ ଘରେ ଥିବା ପୋଷା ଘୁଷୁରୀ ପାଇଁ ନିଜ ବାହାଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି । ସାମାନ୍ୟ ଘୁଷୁୁରୀ ପାଇଁ ବାହାଘର ଭାଙ୍ଗିବା ଏବଂ ୬୮ଲକ୍ଷଟଙ୍କାର ମୁଦି ଫେରାଇଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, ୫ ମାସ ପୂର୍ବରୁ ଅଭିନେତ୍ରୀ-କଣ୍ଠଶିଳ୍ପୀ ଏରିଆନାଙ୍କ ସହିତ କମେଡ଼ିଆନ୍‌-ଅଭିନେତା ପେଟ୍‌ ଡ଼େଭିଡ଼୍‍ସନ୍‌ଙ୍କର ନିର୍ବନ୍ଧ ସଂପନ୍ନ ହୋଇଥିଲା । ଯେଉଁ ସମୟରେ ପେଟ୍‌ ଏରିଆନାଙ୍କୁ ୬୮ଲକ୍ଷ ଟଙ୍କାର ଏକ ମୁଦି ପିନ୍ଧାଇଥିଲେ । ମାସେ ପୂର୍ବରୁ ଏରିଆନାଙ୍କୁ ଖୁୂସି କରାଇବା ପାଇଁ ପେଟ୍‌ ଏକ ଘୁଷୁରୀ ଛୁଆ ଆଣି ଏରିଆନାଙ୍କୁ ଉପହାରରେ ଦେଇଥିଲେ । କିନ୍ତୁ ଘୁଷୁରୀ ଛୁଆ ଆସିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଛୋଟ ଛୋଟ କଥାରେ ଝଗଡ଼ା ହେବାରୁ ଏରିଆନା ପେଟ୍‌ଙ୍କ ସହ ନିଜର ସବୁ ସଂପର୍କ ଛିନ୍ନ କରିବା ସହ ସେ ଦେଇଥିବା ୬୮ଲକ୍ଷ ଟଙ୍କାର ମୁଦି ମଧ୍ୟ ଫେରାଇ ଦେଇଥିଲେ । କିନ୍ତୁ ପେଟ୍‌ ଦେଇଥିବା ଘୁଷୁରୀ ଛୁଆକୁ ଦେବା ପାଇଁ ସେ ରାଜି ହୋଇ ନଥିଲେ । ମାସେ ଭିତରେ ଘୁଷୁରୀ ଛୁଆ ସହିତ ଏରିଆନାଙ୍କ ସଂପର୍କ ଅତି ନିବିଡ଼ ହୋଇ ଯାଇଥିବାରୁ ଏରିଆନା ଦେବା ପାଇଁ ମନା କରି ଦେଇଥିଲେ ।

ସମ୍ବନ୍ଧିତ ଖବର