ନାଗରିକତ୍ୱ ଆଇନ୍ ସଂଶୋଧନ ବିଲ୍କୁ ବିରୋଧ କରି ‘ପଦ୍ମଶ୍ରୀ ସମ୍ମାନ’ ଫେରାଇଲେ ଚଳଚ୍ଚିତ୍ର ନିର୍ମାତା ଅରିବମ୍ ଶ୍ୟାମ୍ ଶର୍ମା
ଇମ୍ଫାଲ: ନାଗରିକତ୍ୱ ଆଇନ୍ ସଂଶୋଧନ ବିଲ୍କୁ ବିରୋଧ କରି ମଣିପୁରୀ ଚଳଚ୍ଚିତ୍ର ନିର୍ମାତା ଅରିବମ୍ ଶ୍ୟାମ୍ ଶର୍ମା ରବିବାର ପାଇଥିବା ‘ପଦ୍ମଶ୍ରୀ ସମ୍ମାନ’କୁ ଫେରାଇ ଦେଇଛନ୍ତି। ଶର୍ମା ୨୦୦୬ ମସିହାରେ ‘ପଦ୍ମଶ୍ରୀ ସମ୍ମାନ’ରେ ସମ୍ମାନିତ ହୋଇଥିଲେ। ୮୩ ବର୍ଷିଅ ଏହି ଚଳଚ୍ଚିତ୍ର ନିର୍ମାତା ଅନେକ ଜାତୀୟ ସମ୍ମାନରେ ସମ୍ମାନିତ । ୨୦୧୫ ମସିହା ମେ ୧୪ ତାରିଖରେ ଫିଲ୍ମ ଫୋରମ୍ ଅଫ୍ ମଣିପୁର ଓ ମଣିପୁର ଷ୍ଟେଟ୍ ଫିଲ୍ମ ଡେଭ୍ଲପ୍ମେଣ୍ଟ୍ ସୋସାଇଟି ପକ୍ଷରୁ ଶର୍ମାଙ୍କୁ ‘ଜୁଏଲ୍ ଅଫ୍ ମଣିପୁର ସିନେମା ଆଓ୍ଵାର୍ଡ’ରେ ସମ୍ମାନିତ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ନାଗରିକତ୍ୱ ଆଇନ୍ ସଂଶୋଧନ ବିଲ୍ ଲୋକସଭାରେ ଜାନୁଆରି ୮ ତାରିଖରେ ଆଗତ ହୋଇଯାଇଛି। ଏହି ସଂଶୋଧିତ ବିଲ୍ ଜରିଆରେ ଆଫ୍ଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନ ଆଦି ଦେଶର ସଂଖ୍ୟାଲଘୁ ସଂପ୍ରଦାୟ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ ଏବଂ ଖ୍ରୀଷ୍ଟିୟାନ ଆଦିଙ୍କୁ ଭାରତରେ ନାଗରିକତ୍ୱ ପ୍ରଦାନ କରିବା ପାଇଁ କୁହାଯାଇଛି। ପୂର୍ବରୁ ନାଗରିକତ୍ୱ ପ୍ରଦାନ ପାଇଁ ଭାରତରେ ସର୍ବନିମ୍ନ ୧୨ ବର୍ଷ ରହିବା ଜରୁରୀ ବୋଲି ଧାର୍ଯ୍ୟ ହୋଇଥିବା ବେଳେ ଏବେ ତାହାକୁ କମ୍ କରାଯାଇ ୬ ବର୍ଷ କରିବାକୁ କୁହାଯାଇଛି। ଜାଣିରଖନ୍ତୁ ଯେ, ୨୦୧୪ ମସିହା ନିର୍ବାଚନ ସମୟରେ ଏହି ବିଲ୍ରେ ସଂଶୋଧନ କରିବା ବିଜେପିର ପ୍ରତିଶ୍ରୁତି ଥିଲା।