ଏହି କାରଣରୁ ବିବାଦୀୟ ହୋଇଥିଲେ ଗାୟକ ଅରିଜିତ୍‌ ସିଂହ !

ଷ୍ଟାର୍‌ ସିଙ୍ଗର୍‌-କଂପୋଜର ଅରିଜିତ୍‌ ସିଂହ ଏବେକାର ଜଣେ ଲୋକପ୍ରିୟ ଗାୟକ। ତାଙ୍କ ଗୀତ ଯୁବପୀଢ଼ିର ଶ୍ରୋତାଙ୍କୁ ପାଗଳ କରିଛି। ବିଶେଷ କରି ତାଙ୍କର କେତୋଟି ଗୀତ ଯଥା -ତୁମ୍‌ ହି ହୋ(ଆଶିକୀ-୨),ଦିଲ୍ଲୀବାଲୀ ଗର୍ଲଫ୍ରେଣ୍ଡ୍‌(ୟେ ଜବାନି ହେ ଦିଓ୍ଵାନୀ ),ମେଁ ରଙ୍ଗ୍‌ ସରବତୋଁ କା ତୁ…(ଫଟା ପୋଷ୍ଟର ନିକଲା ହିରୋ),ରାତଭରା ହାଁ ରାତ୍‌ଭର୍‌…(ହିରୋପନ୍ତୀ) ଏବଂ ଆଜ୍‌ ସେ ତେରୀ….(ପ୍ୟାଡ଼୍‍ମ୍ୟାନ୍‌) ଖୁବ୍‌ ଚର୍ଚ୍ଚାରେ ରହିଛି। ସେ ଯାହା ହେଉନା କାହିଁକି କେତେକ ସମୟରେ ଗାୟକ ଅରିଜିତ୍‌ ସିଂହ ବିବାଦୀୟ ହୋଇଥିଲେ । ଏକଥା ଜାଣନ୍ତି ତ!

photo-indianexpress

ହଁ ସେ ପ୍ରଥମେ ସେତେବେଳେ ଗାୟକ ଅରିଜିତ୍‌ ସିଂହ ବିବାଦୀୟ ହୋଇଥିଲେ ଯେତେବେଳେ ଏକ ପୁରସ୍କାର ସମାରୋହରେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ।ଏଥିରେ ଉତକ୍ଷିପ୍ତ ହୋଇ ସଲମାନ୍‌ ଖାନ୍‌ ତାଙ୍କ ଅଭିନୀତ ‘ସୁଲତାନ୍‌’ରୁ ଅରିଜିତ୍‌ଙ୍କ କଣ୍ଠରେ ରେକର୍ଡ଼ ହୋଇଥିବା ଏକ ଗୀତକୁ ବାଦ୍‌ ଦେଇଥିଲେ।ଅବଶ୍ୟ ଅରିଜିତ୍‌ ସୋସିଆଲ୍‌ ମିଡ଼ିଆରେ ସଲମାନଙ୍କୁ କ୍ଷମା ଯାଚନା କରିଥିଲେ। ଏପରିକି ତାଙ୍କୁ ବ୍ୟକ୍ତିଗତଭାବେ ଭେଟି କ୍ଷମା ମାଗିବାକୁ ଚାହିଁଥିଲେ ଅରିଜିତ୍‌, କିନ୍ତୁ ସଲମାନ୍‌ ସେ ସୁଯୋଗ ଦେଲେ ନାହିଁ। ଏହି ବିବାଦ ଏଯାବତ୍‌ ଲୋକଙ୍କ ମନରୁ ଲିଭି ନାହିଁ।

ଠିକ୍‌ ସେହିପରି ଥରେ ଜଣେ ସାମ୍ବାଦିକ ତାଙ୍କୁ ଏକ ପ୍ରମୋସନାଲ ପ୍ରୋଗ୍ରାମରେ ଦ୍ୱିତୀୟ ବିବାହ ପ୍ରସଙ୍ଗରେ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅରିଜିତ୍‌ ସିଂହ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେବେ ନାହିଁ ବୋଲି କହି ବିବାଦୀୟ ହୋଇ ପଡ଼ିଥିଲେ। ସେ ଖୁବ୍‌ ରାଗି ଯାଇଥିଲେ ବି।

ସମ୍ବନ୍ଧିତ ଖବର