ଢାବାରେ କାମ କରୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିଲେ ଓଲିଉଡ ନାୟକ!

ଭୁବନେଶ୍ବର: ଦୁଇ ଭଉଣୀ ବସ୍ତିରେ ରହନ୍ତି। ବଡ଼ ଭଉଣୀର ସେହି ବସ୍ତିରେ ଏକ ଢାବା ରହିଛି। ଅନେକ ସମୟରେ ସେହି ଢାବାକୁ ଖାଇବାକୁ ଆସେ ବାବୁ ନାମକ ଜଣେ ଯୁବକ । ଏମିତି କେତେ ଥର ସେଠାକୁ ଆସିବାପରେ ସେଠାରେ କାମ କରୁଥିବା ସାନ ଭଉଣୀ ସୋନି ପ୍ରେମରେ ପଡ଼ିଯାଇଛି ସେହି ଯୁବକ।ଏମିତି କିଛି କଥା ରହିଛି ନୂଆ ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’ରେ।

ଏଠାରେ ଯେଉଁ ଯୁବକଙ୍କ କଥା କୁହାଯାଉଛି ସେ ହେଲେ ବାବୁ ଭାଇଜାନ୍ ଓରଫ ଓଲିଉଡ ନାୟକ ଅରିନ୍ଦମ୍। ଆଉ ସେ ଯାହାଙ୍କ ପ୍ରେମରେ ପଡ଼ିଛନ୍ତି ସେ ହେଲେ ଓଲିଉଡର ଲୋକପ୍ରିୟ ନାୟିକା ଶିବାନୀ। ଅରିନ୍ଦମ-ଶିବାନୀଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ପାଇବେ ଦର୍ଶକ ଏହି ସିନେମାରେ।

ଖ୍ବାଜା ଗରିବ୍ ନଓ୍ବାଜ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ରଚନା ରଚନା କରିବା ସହ ପ୍ରଯୋଜନା କରିଛନ୍ତି ସନ୍ତୋଷ ନାରାୟଣ ଦାସ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଏଥିରେ ଅରିନ୍ଦମ ଓ ଶିବାନୀଙ୍କ ବ୍ୟତୀତ ଶ୍ରୀତମ ଦାସ, ମିହିର ଦାସ, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସନ୍ତୋଷ ନାରାୟଣ ଦାସ ଏବଂ ତାପସ ସରଘରିଆ ପ୍ରମୁଖ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର