ଭୁବନେଶ୍ୱର: ଏବେଠୁ ପୂଜା ବଜାର ପାଇଁ ଓଲିଉଡ ବେଶ ଚଳଚଞ୍ଚଳ ହୋଇ ଉଠିଲାଣି। ଏବେ ପୂଜା ବଜାରର ଓଡ଼ିଆ ସିନେମାର ନିର୍ମାଣକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଏହି ସିନେମା ଗୁଡ଼ିକ ହେଲା ତରଙ୍ଗ ସିନେ ପ୍ରଡ଼କସନ୍ର ‘ପ୍ରେମ କୁମାର’,‘ଶ୍ରୀମାନ ସୁରଦାସ’।
ଏଥିମଧ୍ୟରୁ ପ୍ରଥମଟିରେ ନାୟକ ଭୂମିକାରେ ଅନୁଭବ ମହାନ୍ତି ଥିବା ବେଳେ ଦ୍ୱିତୀୟଟିରେ ନଜର ଆସିବେ ବାବୁସାନ୍। ତେବେ,‘ଶ୍ରୀମାନ ସୁରଦାସ’ରେ ବୁଦ୍ଧାଦିତ୍ୟ ବି ଅଛନ୍ତି ଲିଡ ରୋଲରେ।ଏହି ତିନିି ହିରୋଙ୍କୁ ପରଦାରେ ଦେଖିବାକୁ ପାଇବେ।
/sambad/media/post_attachments/wp-content/uploads/2018/09/arindam-archita-1-300x294.jpg)
ତା’ର ଅର୍ଥ ହେଲା ଯେ,ଏଥର ପୂଜାରେ ଓଲିଉଡ଼୍ର ଆଉ ଜଣେ ଆଗ ଧାଡ଼ିର ନାୟକଙ୍କୁ ସିନେପ୍ରେମୀ ପରଦାରେ ଦେଖିବାକୁ ପାଇବେ ନାହିଁ। ସେ ହେଲେ ଅରିନ୍ଦମ୍। ଅରନ୍ଦମଙ୍କ ହାତରେ ଏବେ କୌଣସି ଫିଲ୍ମ ନ ଥିବା ଯୋଗୁଁ ଏଥରର ପୂଜା ବଜାରରେ ବି ତାଙ୍କର ଦେଖା ମିଳିବ ନାହିଁ। ଗତବର୍ଷ ପୂଜାରେ ଅବଶ୍ୟ ଅରିନ୍ଦମଙ୍କ ‘ଶିବା ନଟ୍ ଆଉଟ୍’ ରିଲିଜ୍ ହୋଇଥିଲା। ଅରିନ୍ଦମଙ୍କ ଶେଷ ସିନେମା ହେଲା ଗତ ଗଣେଶ ପୂଜାରେ ରିଲିଜ୍ ହୋଇଥିବା ‘ଇଶ୍କ ପୁଣିଥରେ’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/arindam-roy.jpg)