ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍ ଏବଂ ସାରା ଅଲ୍ଲୀ ଖାନଙ୍କ ପରେ ‘କଫି ଉଇଥ୍ କରଣ’ରେ ନଜର ଆସିଛନ୍ତି ଆଉ ୨ ଜଣ ଭାଇଭଉଣୀ ଜାହ୍ନବୀ କପୁର ଓ ଅର୍ଜୁନ କପୁର। ପୂର୍ବରୁ ଅର୍ଜୁନ କରଣଙ୍କ ଏହି ସୋ’ରେ ନଜର ଆସି ସାରିଥିବା ବେଳେ ଜାହ୍ନବୀ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲେ। ଅର୍ଜୁନ ଏହି ସୋ’ରେ ପୂର୍ବରୁ ୪ ଥର ନଜର ଆସି ସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କରଣ ଜୋହାର ନିଜର ସୋ’ର ଅର୍ଜୁନ ଓ ଜାହ୍ନବୀଙ୍କର ଏକ ଲାଟେଷ୍ଟ୍ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ସେଥିରେ କ୍ୟାପ୍ସନ୍ ଦେଇଛନ୍ତି, ‘କଫି ଉଇଥ୍ କରଣ ସିବ୍ଲିଙ୍ଗ୍ ଏପିସୋଡ’। ପରେ ପରେ କରଣ ଆହୁରି କିଛି ଫଟୋ ସେୟାର୍ କରିଛନ୍ତି। ଯେଉଁଥିରେ ଅଭିନେତା ଅର୍ଜୁନ କଫି ମଗ୍ ସହ ଫଟୋ ଉଠେଇଥିବା ବେଳେ ଆଉ କିଛି ଫଟୋରେ କରଣଙ୍କ ସହ ସେଲ୍ଫି ନେଇଥିବାର ଦେଖିବାକୁ ମିଳିଛନ୍ତି।
ଜାହ୍ନବୀ ମଧ୍ୟ ସୋ’ର କିଛି ଫଟୋଗ୍ରାଫ୍କୁ ସେୟାର୍ କରିଛନ୍ତି। କରଣଙ୍କ ସହ ସେ ସୋ’ରେ ଯାହା ବି କିଛି ମଜା କରିଛନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି। ଅର୍ଜୁନ ମଧ୍ୟ ନିଜ ଟୁଇଟର୍ରେ କିଛି ଫଟୋ ସେୟାର୍ କରିଥିବାର ନଜର ରହିଛି।