ପରିଣୀତିଙ୍କ ସହ ଅର୍ଜୁନଙ୍କ ନାଆଁ ଯୋଡା ହେବ!

ବଲିଉଡର ଲୋକପ୍ରିୟ ନାୟକ ଅର୍ଜୁନ କପୁର ଓ ନାୟିକା ପରିଣୀତି ଚୋପ୍ରା ଦ୍ୱିତୀୟ ଥର ଲାଗି ଏକାଠି ହେଉଛନ୍ତି । ଏ ଦୁହେଁ ପୁଣି ଥରେ ଏକ ନୂଆ ସିନେମାରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ଟାଇଟଲ୍‌ ରହିଛି ‘ ସନ୍ଦୀପ୍‌ ପିଙ୍କି ଫରାର୍‌’ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦିବାକର ବାନାର୍ଜୀ ।

ପ୍ରାପ୍ତ ସୂଚନା ଅନୁଯାୟୀ ‘ ସନ୍ଦୀପ ଔର ପିଙ୍କି ଫରାର୍‌ ’ ହେଉଛି ଏକ ଡ୍ରାମା ଥ୍ରିଲର୍‌ । ଏଥିରେ ଅର୍ଜୁନ କପୁର ଏହି ସିନେମାରେ ସନ୍ଦୀପ ଏବଂ ପରିଣୀତି ପିଙ୍କି ଚରିତ୍ର ନିଭାଉଛନ୍ତି । ଉଭୟଙ୍କ ଚରିତ୍ର ଏକଦମ୍‌ ଅଲଗା । କିନ୍ତୁ ଘଟଣାକ୍ରମେ ସେ ଦୁହେଁ ଫେରାର୍‌ ହୋଇଯାଉଛନ୍ତି । ତା’ପରେ କ’ଣ ଘଟୁଛି, ତାହା ହେଉଛି ଏହି ସିନେମାର କଥାବସ୍ତୁ । ଏହାର ପ୍ରଯୋଜନା କରୁଛନ୍ତି ୟଶରାଜ୍‌ ଫିଲ୍ମସ୍‌ ।

ଏବେ ଅର୍ଜୁନ କପୁର କହିଛନ୍ତି ଯେ ଆର ବର୍ଷ ପରିଣୀତିିଙ୍କ ସହ ତାଙ୍କର ନାଆଁ ଯୋଡାଯିବ। କାରଣ ତାଙ୍କୁ କେବେ ବି ମିଡିଆ ଛାଡିନି। ସେ ଯେଉଁ ହିରୋଇନଙ୍କ ସହ କାମ କରନ୍ତି ,ତାଙ୍କ ସହ ଲିଙ୍କ-ଅପ୍‌ ଖବର ହୋଇଯାଏ।ଏପରିକି ତାଙ୍କଠୁ ବୟସରେ ବଡ଼ ମଲ୍ଲାଇକା ଅରୋରାଙ୍କ ସହ ବି ଅର୍ଜୁନ କପୁରଙ୍କ ଆଫେଆରର ଚର୍ଚ୍ଚା ଜୋର୍‌ ଧରିଥିଲା।

ଦିବାକର ବାନାର୍ଜୀଙ୍କ ସହିତ ଉଭୟ ଅର୍ଜୁନ ଓ ପରିଣୀତି ପ୍ରଥମ ଥର ଲାଗି କାମ କରୁଥିବାରୁ ଉତ୍ସାହିତ ଅଛନ୍ତି । ଏ ଦୁହେଁ ଆଶାବାଦୀ ଯେ ତାଙ୍କର ଯୋଡ଼ିକୁ ଦର୍ଶକ ଯେପରି ପୂର୍ବରୁ ‘ ଇଶକ୍‌ଜାଦେ’ରେ ପସନ୍ଦ କରିଥିଲେ, ଠିକ୍‌ ସେହିପରି‘ସନ୍ଦୀପ ଔର ପିଙ୍କି ଫରାର’ରେ ମଧ୍ୟ ଭଲ ପାଇବା ଦେବେ । ଏହା ଦିବାକର ବାନାର୍ଜୀଙ୍କର ୟଶରାଜ ବ୍ୟାନରରେ ହେବ ତୃତୀୟ ସିନେମା । ଅର୍ଜୁନ ଓ ପରିଣୀତି କେବଳ କେବଳ ଏହି ଗୋଟିଏ ସିନେମା ଏକାଠି ଆସିବେ ନାହିଁ ବରଂ ଅନ୍ୟ ଏକ ଫିଲ୍ମରେ ବି ଦେଖା ଦେବେ।

ଅର୍ଜୁନ କପୁର ତାଙ୍କର ଆଗାମୀ ଦୁଇଟି ସିନେମାରେ ଅଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ସହ ଅଭିନୟ କରିବେ । ସିନେମା ଦୁଇଟି ହେଲା ‘ସନ୍ଦୀପ ଔର ପିଙ୍କି ଫରାର’ ଓ ‘ନମସ୍ତେ କାନାଡା’ । ଦୁଇଟିଯାକ ସିନେମା କମେଡି । ‘ନମସ୍ତେ କାନାଡା’ ହେଉଛି ଅକ୍ଷୟ କୁମାର-କାଟ୍ରିନା କୈଫ୍‌ ଅଭିନୀତ ‘ନମସ୍ତେ ଲଣ୍ଡନ’ର ସିକ୍ୱେଲ୍‌। ଏବେ ଅର୍ଜୁନ କପୁର କହିଛନ୍ତି ଯେ ଆର ବର୍ଷ ପରିଣୀତିିଙ୍କ ସହ ତାଙ୍କର ନାଆଁ ଯୋଡାଯିବ। କାରଣ ତାଙ୍କୁ କେବେ ବି ମିଡିଆ ଛାଡିନି। ସେ ଯେଉଁ ହିରୋଇନଙ୍କ ସହ କାମ କରନ୍ତି ,ତାଙ୍କ ସହ ଲିଙ୍କ-ଅପ୍‌ ଖବର ହୋଇଯାଏ।

ଏପରିକି ତାଙ୍କଠୁ ବୟସରେ ବଡ଼ ମଲ୍ଲାଇକା ଅରୋରାଙ୍କ ସହ ବି ଅର୍ଜୁନ କପୁରଙ୍କ ଆଫେଆରର ଚର୍ଚ୍ଚା ଜୋର୍‌ ଧରିଥିଲା। ଅପରପକ୍ଷରେ ପରିଣୀତି ଚୋପ୍ରା ଏବେ ବଲିଉଡର ଭଲ ଡିମାଣ୍ଡରେ ଥିବା ନାୟିକା ବନିଯାଇଛନ୍ତି। କାରଣ ତାଙ୍କ ହାତରେ କିଛି ମାସତଳେ ଗୋଟିଏ ବି ସିନେମା ନଥିଲା। ସେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ଗୋଲମାଲ୍‌ ଏଗେନ୍‌’ ସାଇନ୍‌ କରିବାପରେ ତାଙ୍କର ସୁଦିନ ଫେରିଛି ବୋଲି କୁହାଯାଇପାରେ।

 

ସମ୍ବନ୍ଧିତ ଖବର