ଜାହ୍ନବୀଙ୍କ ପୋଷାକକୁ ନେଇ ଆସିଥିବା ଅଶ୍ଳୀଳ କମେଣ୍ଟର ଏପରି ଜବାବ ଦେଲେ ଭାଇ ଅର୍ଜୁନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ କପୁର ଭଉଣୀ ଜାହ୍ନବୀ ଓ ଖୁସିଙ୍କୁ ନେଇ ଆହୁରି ଯତ୍ନଶୀଳ ହୋଇପଡ଼ିଛନ୍ତି। ପିତା ବୋନି କପୁର, ଭଉଣୀ ଜାହ୍ଵବୀ ଓ ଖୁସିଙ୍କୁ ତାଙ୍କ ଆବଶ୍ୟକତା ରହିଛି ବୋଲି ସେ ସେମାନଙ୍କ ଉପରେ ପୂରା ଧ୍ୟାନ ରଖିଛନ୍ତି।

ନିକଟରେ ବୋନି କପୁର ତାଙ୍କ ଦୁଇ ଝିଅଙ୍କ ସହିତ ପୁଅ ଅର୍ଜୁନଙ୍କ ଘରକୁ ଆସିଥିବାର ଦେଖିବାକୁ ମିଳିଥିଲା। ଅର୍ଜୁନଙ୍କ ଘର ସାମ୍ନାର ଜାହ୍ନବୀ ଯେତେବେଳେ ଗାଡ଼ିରୁ ଓହ୍ଲାଇ ଥିଲେ ସେ ସମୟର କେତେଟି ଫଟୋ ସୋସିଆଲ ମଡିଆରେ ପୋଷ୍ଟ ହୋଇଛି। ତେବେ ଭାଇ ଅର୍ଜୁନଙ୍କ ଘରକୁ ଜାହ୍ନବୀ ଯେଉଁ ପୋଷାକ ପିନ୍ଧି ଆସିଥିଲେ ତାହାକୁ ନେଇ ଏକ େଓ୍ଵବସାଇଟ୍‌ରେ ଅଶ୍ଳୀଳ କମେଣ୍ଟ କରିଛି। େଓ୍ଵବସାଇଟରେ ଜାହ୍ନବୀଙ୍କ ପୋଷାକକୁ ନେଇ ଲେଖାଯାଇଛି, ଜାହ୍ନବୀ ଯେଉଁ ପୋଷାକ ପିନ୍ଧି ଥିଲେ ତାହା ଖୁବ୍‌ ସେକ୍ସି ରହିଛି।

ତେବେ ଏହି କମେଣ୍ଟ ବିଷୟରେ ଯେତେବେଳ ଅର୍ଜୁନ ଜାଣିଲେ ସେ ଖୁବ୍‌ ରାଗି ଯାଇଥିଲେ। ସଙ୍ଗେସଙ୍ଗେ ସେ େଓ୍ଵବସାଇଟ୍‌ରେ ଏହାର ଜବାବ ଦେଇ ଲେଖିଲେ, ‘ଖୁବ୍‌ ଖରାପ ଲାଗେ ଏଭଳି େଓ୍ଵବସାଇଟ ଯିଏକି ଏଭଳି ଜିନିଷକୁ ସବୁବେଳେ ଖୋଜି ବୁଲୁଥାଏ। ଏଭଳି େଓ୍ଵବସାଇଟ କେବଳ ନିଜକୁ ହାଇଲାଇଟ କରିବା ତଥା ଧ୍ୟାନ ଆକର୍ଷଣ କରିବା ପାଇଁ ଏପରି କାରନାମା କରି ଥାଆନ୍ତି। ଯାହା କି ଖୁବ୍‌ ଲଜ୍ୟନୀୟ ଅଟେ।’

ସମ୍ବନ୍ଧିତ ଖବର