ଟ୍ରୋଲ୍‌ କିଙ୍ଗ୍‌ ଅର୍ଜୁନଙ୍କ ଟାର୍ଗେଟରେ ଆଉ ଜଣେ; ପୂର୍ବରୁ ଅନେକଙ୍କ ମଜାକ ଉଡ଼ାଇବା ପରେ ଏବେ ଫସିଲେ ଆଲିଆ 

ମୁମ୍ବାଇ: ନିଜର ବଲିଉଡ୍‌ ବନ୍ଧୁମାନଙ୍କୁ ଖେଳରେ ଖେଳରେ ଟ୍ରୋଲ୍‌ କରିବାରେ ଅଭିନେତା ଅର୍ଜୁନ କପୁର୍‌ ଏକଦମ ଧୁରନ୍ଧର। ଏହି ଖେଳରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ୍‌ ସାଜିଛନ୍ତି ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ।

ଆଲିଆ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ସେୟାର୍‌ କରିଥିଲେ। କରଣ ଜୋହରଙ୍କ ପୁଅ ୟଶ୍‌ଙ୍କ ସହ ରକ୍ଷାବନ୍ଧନ ମନାଉଥିବା ସମୟର ଏକ ଫଟୋ ସେ ପୋଷ୍ଟ୍‍ କରିଥିଲେ। ଫଟୋଟିର କ୍ୟାପ୍‌ସନ ଦେଇଥିଲେ, ‘ମୋ ସୁନ୍ଦର କୁନି ଭାଇ!!! ଆହାଃ ଟିକେ ତା ମୁହଁକୁ ଦେଖନ୍ତୁ’। ଯାହାର ଇଂରାଜୀ(ଅରିଜିନାଲ) ହେଉଛି ‘ମାଇଁ ବିୟୁଟିଫୁଲ୍‌ ବେବି ବ୍ରଦର!!!ଆହାଃ ଜଷ୍ଟ୍‍ ଲୁକ୍‌ ଆଟ୍‌ ଦ୍ୟାଟ୍‌ ଫେସ୍‌’।

ସେହି ପୋଷ୍ଟଟିକୁ ଟ୍ରୋଲ୍‌ କରି ଅର୍ଜୁନ ଲେଖିଛନ୍ତି, ‘ସେ କିନ୍ତୁ ସେତେଟା ଉତ୍ସୁକ ଥିଲା ପରି ଜଣାପଡୁନାହାନ୍ତି।’

 

ଅର୍ଜୁନଙ୍କ ଏହି ଟ୍ରୋଲ୍‌ରେ ପ୍ରତିକ୍ରିୟା ରଖି ଆଲିଆ କହିଛନ୍ତି, ‘ଜଷ୍ଟ୍‍ ଗେଟ୍‌ ଲଷ୍ଟ୍‍ ହି ଇଜ୍‌ ପ୍ଲେଇଂ ଇଟ୍ସ କୁଲ୍‌’ ଅର୍ଥାତ ଚାଲିଯାଅ ଏଠାରୁ, ସେ ଖେଳୁଛି ଓ ଖୁସି ଅଛି।’

ଉଲ୍ଲେଖଯୋଗ୍ୟ, ସାଥୀ ହୋଇ ‘ଟୁ ଷ୍ଟେଟ୍‌ସ୍‌’ ଚଳଚ୍ଚିତ୍ର କରିବା ପରେ ଅର୍ଜୁନ ଓ ଆଲିଆଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱ ରହିଥିବାର ଦେଖିବାକୁ ମିଳେ। ନିକଟରେ ଅର୍ଜୁନ ଅଭିନେତ୍ରୀ କ୍ୟାଟ୍ରିନ୍‌ କୈଫ୍‌ଙ୍କୁ ବି ଟ୍ରୋଲ୍‌ କରିଥିଲେ। ସେ କ୍ୟାଟ୍‌ଙ୍କର ଏକ କଳାଧଳା ଫଟୋ ଦେଖି ଲେଖିଥିଲେ କି ‘ଏହା ସେପରି ଦିଶୁଛି ଯେମିତି ତାଙ୍କ କେଶରେ ରୁପି ଅଛି।’

ସମ୍ବନ୍ଧିତ ଖବର