ମୁମ୍ବାଇ: ଅର୍ଜୁନ୍ କପୁର ବଲିଉଡ୍ର ଟପ୍ ବ୍ୟାଚଲର୍ ତାଲିକାରେ ଅଛନ୍ତି। ହୋଇପାରେ ଅର୍ଜୁନ୍ ଏବେ ନିଜ ବିବାହକୁ ନେଇ ପ୍ରସ୍ତୁତ ନାହାନ୍ତି କିନ୍ତୁ ତାଙ୍କ ଜେଜେମାଆ ନାତି ପାଇଁ କେଉଁଭଳି ଯୁବତୀ ହେଲେ, ପୂରା ଫରଫେକ୍ଟ ଲାଗିବ ସେ ନେଇ ଝିଅ ଖୋଜିବାରେ ଲାଗି ପଡ଼ିଛନ୍ତି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଅର୍ଜୁନ୍ କପୁରଙ୍କ ପାଇଁ ତାଙ୍କ ଜେଜେମାଆ ଝିଅ ଖୋଜି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଅର୍ଜୁନ୍ କପୁରଙ୍କ ଜେଜେମାଆ ସିନେମା ‘ନମସ୍ତେ ଲଣ୍ଡନ୍’ର ଟ୍ରେଲର ଦେଖିଥିଲେ। ଯେଉଁରେ ନାତି ଅର୍ଜୁନ୍ ଓ ଅଭିନେତ୍ରୀ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଛନ୍ତି। ଅର୍ଜୁନ୍ ଇତିମଧ୍ୟରେ ଅନେକ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି କିନ୍ତୁ ତାଙ୍କ ଜେଜେମାଆଙ୍କୁ ପରିଣୀତି ଚୋପ୍ରା ଓ ଅର୍ଜୁନ୍ଙ୍କ ଯୋଡ଼ି ଖୁବ ପସନ୍ଦ ଆସିଛି।
ଏହି ପ୍ରସଙ୍ଗକୁ ନେଇ ଅର୍ଜୁନ୍ କହିଛନ୍ତି, ନମସ୍ତେ ଲଣ୍ଡନ୍ର ଟ୍ରେଲର ଦେଖିବା ପରେ ଜେଜେମାଆଙ୍କୁ କୋ-ଷ୍ଟାରଙ୍କ ମଧ୍ୟରୁ ପରିଣୀତି ଚୋପ୍ରାଙ୍କୁ ପସନ୍ଦ କରିଥିଲେ। ଅନ୍ ସ୍କ୍ରିନ୍ରେ ସେ ପରିଣୀତି ଚୋପ୍ରାଙ୍କ ସହିତ ଅଧିକ ଭଲ ଲାଗନ୍ତି ବୋଲି ବି କହିଥିଲେ। କେବଳ ଏତିକି ନୁହେଁ, ବାସ୍ତବ ଜୀବନରେ ବି ପରିଣୀତି ମୋ ପାଇଁ ଏକଦମ୍ ଫିଟ୍ ବୋଲି ଜେଜେମାଆ ସବୁବେଳେ କହି ଆସିଛନ୍ତି।