ଅର୍ଜୁନ କପୁରଙ୍କ ସହ ଡେଟ୍‌ କଥାକୁ ଅସ୍ୱୀକାର କଲେ ମଲାଇକା !

ମୁମ୍ବାଇ: ବଲିଉଡ୍‌ ଷ୍ଟାରମାନଙ୍କ ଆଫେଆର୍‌କୁ ନେଇ ଚର୍ଚ୍ଚା ହେବା ଏକ ମାମୁଲି କଥା। ବେଶ୍‌ କିଛି ସମୟ ଧରି ବଲିଉଡର ହଟ୍‌ ଗାର୍ଲ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁରଙ୍କର ଆଫେଆର୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଖାଲି ସେତିକି ନୁହେଁ ,ଅର୍ଜୁନଙ୍କ କପୁରଙ୍କୁ ମଧ୍ୟ ଅରବାଜ୍‌ ଖାନ୍‌ ଓ ମଲ୍ଲାଇକା ଅରୋରା ଖାନ୍‌ଙ୍କ ଛାଡପତ୍ରର କାରଣ ବୋଲି କୁହାଗଲା।
କିଛି ଦିନ ତଳେ ଅର୍ଜୁନ କପୁର ଓ ମଲ୍ଲାଇକା ଅରୋରା ଏକ ଫ୍ୟାସନ୍‌ ସୋ’ରେ ସାଙ୍ଗ ହୋଇ ନଜର ଆସିଥିଲେ।ଏହାପରେ ଉଭୟଙ୍କର ସଂପର୍କକୁ ଅଫିସିଆଲ୍‌ ରୂପ ଦିଆଯାଇଥିଲା।


ସାଧାରଣତଃ ଅର୍ଜୁନ କପୁରଙ୍କ ପ୍ରସଙ୍ଗରେ ମଲ୍ଲାଇକା ନୀରବ ରହନ୍ତି। ହେଲେ ସେ ଅନୀତା ଶ୍ରଫ୍‌ ଅଦ୍‌ଜାନିୟାଙ୍କ ଟକ୍‌ ସୋ’ରେ ଏକଥାର ଖୁଲାସା କରିଛନ୍ତି। ତାଙ୍କୁ ଅର୍ଜୁନ କପୁରଙ୍କ ସହ ଡେଟିଂ ସଂପର୍କରେ ପଚରାଗଲା। ସେତେବେଳେ ମଲ୍ଲାଇକା କହିଥିଲେ ଯେ,ଡେଟିଂ କ’ଣ ସେ ଜାଣନ୍ତି ନାହିଁ। ତେବେ ଯାହାକୁ ସେ ପ୍ରଥମେ ଭଲ ପାଇଥିଲେ ବା ଡେଟ୍‌ କରିଥିଲେ,ତାକୁ ହିଁ ସେ ବିବାହ କରିଥିଲେ। ଏହାପରେ ଅନ୍ୟ କାହାକୁ ଡେଟ୍‌ କରିନାହାଁନ୍ତି ବୋଲି କହିଛନ୍ତି ମଲ୍ଲାଇକା। ଏଥିରୁ ସ୍ପଷ୍ଟ ହୋଇଛି ଯେ,ମଲ୍ଲାଇକା ଅରୋରା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁନାହାନ୍ତି।

ସମ୍ବନ୍ଧିତ ଖବର