ପୁଣି ଥରେ ବାପା ହେଲେ ଅର୍ଜୁନ ରାମପାଲ, ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରେମିକା ଗାବ୍ରିଏଲା

ମୁମ୍ବାଇ : ଗୁରୁବାର ସକାଳ ସମୟରେ ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲଙ୍କ ପ୍ରେମିକା ଗାବ୍ରିଏଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସାଉଥ୍‌ ଆଫ୍ରିକାନ ମଡେଲ ଗାବ୍ରିଏଲା ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଶିଶୁକୁ ଜନ୍ମ ଦେଇଛନ୍ତି । ବୁଧବାର ତାଙ୍କ ପେଟରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଗୁରୁବାର ତାଙ୍କର ପ୍ରସବ କରାଯାଇଥିଲା । ଅର୍ଜୁନଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ଡାକ୍ତରଖାନାରେ ରହି ଗାବ୍ରିଏଲାଙ୍କ ଦେଖାଶୁଣା କରୁଥିବା ଦେଖା ଯାଇଛି । ତେବେ ଅର୍ଜୁନଙ୍କୁ ଏଭଳି ଖୁସି ଖବର ମିଳିବା ପରେ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ସୂଚନା ମୁତାବକ, ୨୦୧୮ରେ ନିଜ ପ୍ରଥମ ପତ୍ନୀ ମେହେର ଜେସିୟାଙ୍କ ସହ ୨୦ବର୍ଷର ବିବାହ ଭାଙ୍ଗି ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ ଅର୍ଜୁନ । ଏହା ପରେ ସେ ଗାବ୍ରିଏଲାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ । ଜଣେ ବନ୍ଧୁଙ୍କ ଜରିଆରେ ସେ ଗାବ୍ରିଏଲାଙ୍କୁ ଭେଟିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପ୍ରେମ ହେବାର ବର୍ଷକ ମଧ୍ୟରେ ଗାବ୍ରିଏଲା ଏବେ ଅର୍ଜୁନଙ୍କ ପିଲାର ମା’ ବନିଛନ୍ତି । ଦୁହେଁ ଏ ପର୍ଯ୍ୟନ୍ତ ବିବାହ କରି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର