ଗୁମର ଖୋଲିଲେ ଅଭିନେତା: ପିଲାଦିନେ ହୋଇଥିଲେ ଦୁଷ୍କର୍ମର ଶିକାର

ମୁମ୍ବାଇ: ତେଲୁଗୁ ଅଭିନେତା ଅଜୁର୍ନ ରେଡ୍ଡି ନିଜ ସଂପର୍କରେ ଏକ ରୋଚକ ତଥ୍ୟର ଖୁଲାସା କରିଛନ୍ତି। ପିଲାଦିନେ ସେ ଦୁଷ୍କର୍ମର ଶିକାର ହୋଇଥିବା କଥା ସାମାଜିକ ଗଣମାଧ୍ୟମରେ ଖୁଲାସା କରି କହିଛନ୍ତି। ଜାନୁଆରି ୨୦ ତାରିଖରେ ସିରିଜ୍‌ ଟ୍ବିଟ୍‌ କରି ସେ ଏ ସଂପର୍କରେ କହିଛନ୍ତି। ତାଙ୍କର ଏପରି ଟ୍ବିଟ୍‌ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଖୁବ୍‌ ସମର୍ଥନ ଦେଇଛନ୍ତି।

ଟ୍ବିଟ୍‌ରରେ ସେ ଯାହା ପୋଷ୍ଟ୍‌ କରିଛନ୍ତି ତାହାର ମର୍ମାନୁବାଦ ଏପରି , ‘ମୁଁ ପିଲାଦିନେ ଦୁଷ୍କର୍ମର ଶିକାର ହୋଇଥିଲି। ମୋତେ ଜଣାନାହିଁ ଯେ ମୋ ଦୁଃଖ ବିଷୟରେ ଆଉ କ’ଣ କହିପାରିବି। କାହିଁକି ନା, ମୁଁ ମୋ ବିଷୟରେ ଯେତେବେଳେ ଜାଣିବାକୁ ଚିନ୍ତା କରେ ତାହା ମୋତେ କଷ୍ଟ ଦିଏ।’

ସେ ତାଙ୍କ ପୋ‌ଷ୍ଟ୍‌ରେ ଦୁଷ୍କର୍ମକାରୀର ନାମ ଲେଖିନାହାନ୍ତି। ସେ ଅନ୍ୟ ଏକ ଟ୍ବିଟ୍‌ କରି ଲେଖିଛନ୍ତି କି ସେ ନ୍ୟାୟ ଚାହୁଁନାହାନ୍ତି ବାସ୍‌ କ୍ଷଣିକ ଶାନ୍ତି ପାଇଁ ଏପରି ଲେଖିଛନ୍ତି। ସେ ଆହୁରି ବି ଲେଖିଛନ୍ତି ଯେ ନିିଜର ଲୋକଙ୍କୁ ଭଲ କରି ଗଢ଼ି ତୋଳନ୍ତୁ, ବାହାଦୁର୍‌ କରି ଗଢ଼ି ତୋଳନ୍ତୁ।

ଅର୍ଜୁନଙ୍କୁ ତାଙ୍କ ପ୍ରଶଂସକଙ୍କ ବ୍ୟତୀତ ଅନ୍ୟ ସେଲିବ୍ରେଟି ବି ସମର୍ଥନ କରିଛନ୍ତି। ଟ୍ବିଟ୍‌ରରେ ସେ ତାଙ୍କ ସମର୍ଥକମାନଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଛନ୍ତି।

ସେ ଯାହା ଲେଖିଛନ୍ତି ତାହାର ମର୍ମାନୁବାଦ ହେଉଛି,  ‘ଜବରଦସ୍ତ ସମର୍ଥନ ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ୍‌। ଆପଣମାନଙ୍କ ସମର୍ଥନର ଶବ୍ଦ ମୋ ପାଇଁ ଅନ୍ୟ ସବୁଠାରୁ ବଳି ଅଧିକ ଆନନ୍ଦଦାୟକ।’

ସମ୍ବନ୍ଧିତ ଖବର