ବଲିଉଡରେ ଡେବ୍ୟୁ କରିବେ ‘ଅଜୁର୍ନ ରେଡ୍ଡୀ’ ଫିଲ୍ମର ଅଭିନେତ୍ରୀ ଶାଳିନୀ ପାଣ୍ଡେ, ରଣବୀରଙ୍କ ସହ କରିବେ ସ୍କ୍ରିନ୍ ସେୟାର
ମୁମ୍ବାଇ: ଫିଲ୍ମ ‘ଅଜୁୁର୍ନ ରେଡ୍ଡୀ’ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ଶାଳିନୀ ପାଣ୍ଡେ। ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ସେ ଅଭିନୟ କରିଥିବା ବେଳେ ଏବେ ତାଙ୍କୁ ବଲିଉଡରେ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଅଭିନେତା ରଣବୀର ସିଂହଙ୍କ ସହ ଫିଲ୍ମ ‘ଜୟଶଭାଇ ଜୋରଦାର’ରେ ସେ ସ୍କ୍ରିନ ସେୟାର କରିବେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଶାଳିନୀଙ୍କୁ ପଚରାଯିବା ପରେ, ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ ଦକ୍ଷତା ଦେଖାଇବା ପାଇଁ ମୋତେ ବଡ଼ ସୁଯୋଗ ମିଳିଛି, ଯାହା ପାଇଁ ମୁଁ ନିଜକୁ ଧନ୍ୟ ମନେକରୁଛି। ରଣବୀର ସିଂହ ଆମ ପିଢ଼ିର ସବୁଠାରୁ ବଡ଼ ସୁପରଷ୍ଟାର ହୋଇଥିବା ବେଳେ ତାଙ୍କ ସହ ସ୍କ୍ରିନ୍ ସେୟାର କରିବାର ସୁଯୋଗ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହି ଫିଲ୍ମରେ କାମ କରିବା ଦ୍ବାରା ମୁଁ ଅନେକ କିଛି ଶିଖିବି ବୋଲି ଆଶା ରଖିଛି, ଯାହା ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ଶାଳିନୀ।