ଅର୍ଜୁନ କପୁରଙ୍କୁ ଆକ୍ରମଣ କଲେ ଫ୍ୟାନ୍‌ , ପୁଲିସ ହାତରେ ଧରାପଡ଼ିଲେ

ମୁମ୍ବାଇ: ପ୍ରଖ୍ୟାତ ନିର୍ଦ୍ଦେଶକ ଦିବାକର ବାନାର୍ଜୀଙ୍କ ନୂଆ ସିନେମା ‘ସନ୍ଦୀପ୍‌ ପିଙ୍କି ଫରାର୍‌’ର ସୁଟିଂ ସଂପ୍ରତି ଉତ୍ତରାଖଣ୍ଡର ପିଥୋରାଗଡ଼ଠାରେ ଚାଲିଛି। ଏଥିରେ ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଛନ୍ତି। ସେଠାରେ ହଠାତ୍‌ ଜଣେ ବ୍ୟକ୍ତି ନିଜକୁ ଅର୍ଜୁନ କପୁରଙ୍କ ଫ୍ୟାନ୍‌ ବୋଲି ଦର୍ଶାଇ ଅର୍ଜୁନ ବସିଥିବା ଭ୍ୟାନରେ ପଶିଗଲେ। ଏହାପରେ ସେହି ଫ୍ୟାନ୍‌ ଅର୍ଜୁନ କପୁରଙ୍କର କର ମର୍ଦନ କରିଥିଲେ। ସେହିସମୟରେ ସେ ଅର୍ଜୁନଙ୍କ ହାତ ମୋଡି ଦେଇଥିଲେ।

photo-indian express

ଏହାପରେ ଉକ୍ତ ବ୍ୟକ୍ତିକୁ ଘଟଣା ସ୍ଥଳରୁ ପୁଲିସ ଗିରଫ କରିଥିଲା। ପରେ ଜଣାପଡ଼ିଛି ଯେ ସେହି ଫ୍ୟାନ୍‌ଜଣକ ଜଣେ କାର ଡ୍ରାଇଭର୍‌। ସେ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି। ଉକ୍ତ ଡ୍ରାଇଭରଙ୍କର ନାମ କମଲ କୁମାର ବୋଲି ବି ଜଣାପଡ଼ିଛି। ପୁଲିସ ତାଙ୍କର ଓଲା କାରକୁ ମଧ୍ୟ ଜବତ କରିଛି। ଜଣେ ଅଭିନେତାଙ୍କୁ ଫ୍ୟାନ୍‌ ଏଭଳି ଦୁର୍ବ୍ୟବହାର ଦେଖାଇବା ଘଟଣା ଏହା ଅବଶ୍ୟ ପ୍ରଥମ ନୁହେଁ।

ସମ୍ବନ୍ଧିତ ଖବର