ମୁହଁ ଖୋଲିଲେ ଅର୍‌ମାନ କୋହଲିଙ୍କ ପ୍ରେମିକା : ମୁଁ ଘରେ ନ ଥିବା ବେଳେ ଅନ୍ୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ଅର୍‌ମାନ

0

ମୁମ୍ବାଇ : ନିଜ ପ୍ରେମିକା ନୀରୁ ରନ୍ଧାଓ୍ଵାଙ୍କୁ ନିସ୍ତୁକ ମାଡ଼ ମାରି ଡ଼ାକ୍ତରଖାନା ପହଞ୍ଚାଇବା ପରେ ଗିରଫ ହୋଇଥିଲେ ଅଭିନେତା ଏବଂ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ଆର୍‌ମାନ କୋହଲୀ । ତାଙ୍କର ଏପରି କରିବା ପଛର ପ୍ରକୃତ କାରଣ କ’ଣ ତାହା ଜଣା ପଡ଼ି ନ ଥିବା ବେଳେ ଏବେ ଏ ନେଇ ମୁହଁ ଖୋଲିଛନ୍ତି ନୀରୁ । ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ନୀରୁ ଏକ ସାକ୍ଷାତକାର ଦେଇ ଏହି ଘଟଣା ପଛର କାରଣ ବଖାଣଇଛନ୍ତି ।

bollywood.bhaskar.com

“ଗୋଆରେ ଆର୍‌ମାନଙ୍କର ଏକ ବଙ୍ଗଳା ରହିଛି । ଯାହା ବିଷୟରେ ମୁଁ ବସୁ ବୁଝାଶୁୁଝା କରେ । ସେହି ବଙ୍ଗଳା ଭଡ଼ାରେ ଦିଆଯାଇଥାଏ । ବେଳେବେଳେ କ୍ଲାଏଣ୍ଟ ମୋତେ ଟଙ୍କା ନଦେଇ ସେଠାରେ ଉପସ୍ଥିତ ଥିବା ଷ୍ଟାଫ୍‌ଙ୍କୁ ଦେଇ ଦିଅନ୍ତି । ଏ ସବୁ ଜାଣି ମଧ୍ୟ ଅର୍‌ମାନ ମୋତେ ଭଡା ଟଙ୍କା ବିଷୟରେ ପଚାରିଲେ । ଷ୍ଟାଫ୍‌ଙ୍କଠାରୁ ବୁଝିକି କହୁଛି ବୋଲି କହିବା ପରେ ସେ ରାଗି ଯାଇ ମୋ ଚୁଟି ଧରି ତଳେ ମୋ ମୁଣ୍ଡକୁ ମାଡ଼ି ଦେଇଥିଲେ । ମୁଣ୍ଡରୁ ରକ୍ତ ବାହାରିବା ଦେଖି ମୁଁ ଯେମିତି ପୁଲିସରେ ଅଭିଯୋଗ ନ କରେ ସେଥିପାଇଁ ସେ ମୋତେ ଡ଼ାକ୍ତରଖାନା ଆଣିଥିଲେ । ଏହା ପୂର୍ବରୁ ଅର୍‌ମାନଙ୍କ ଘରେ କାମ କରୁଥିବା ଲୋକ ମୁଁ ବାହାରକୁ ଗଲେ ଅର୍‌ମାନ ଅନ୍ୟ ଯୁବତୀମାନଙ୍କୁ ଘରକୁ ଡ଼ାକୁଥିଲେ ବୋଲି ମୋତେ କହିଥିଲେ । କିନ୍ତୁ ଅର୍‌ମାନଙ୍କ ଏଭଳି ବ୍ୟବହାର ମୋତେ ଆଶ୍ଚର୍ଯ୍ୟ କରିଛି । ସେ ମୋତେ କ୍ଷମା ମାଗିବା ପରେ ହିଁ ମୁଁ ମାମଲାକୁ ରଦ୍ଦ କରିବା କଥା ଭାବିବି” ବୋଲି କହିଛନ୍ତି ନିରୁ ରନ୍ଧାଓ୍ଵା ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.