ଇନଷ୍ଟାରୁ ନିିଜର ସମସ୍ତ ପୋଷ୍ଟ ହଟାଇବା ସହ ‘ଏବେ ମୁଁ ଆଉ ସହି ପାରିବି ନାହିଁ’ ବୋଲି ଲେଖି ପୋଷ୍ଟ୍ କଲେ ଅରମାନ ମଲିକ୍

ଅବସାଦଗ୍ରସ୍ତ ଥିବା ସନ୍ଦେହ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅରମାନ ମଲିକଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସବୁବେଳେ ନିଜର ରୋମାଣ୍ଟିକ୍ ଗୀତ ପାଇଁ ଚର୍ଚ୍ଚାରେ ରହୁଥିବା ଅରମାନ ମଲିକ୍ ଏବେ ନିଜର ଇନଷ୍ଟା ପୋଷ୍ଟକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କରିଥିବା ଶେଷ ପୋଷ୍ଟକୁ ନେଇ ଏବେ ତାଙ୍କର ପ୍ରଶଂସକମାନେ ଚିନ୍ତା ପଡ଼ିଛନ୍ତି। ନିଜ ଇନଷ୍ଟା ଆକାଉଣ୍ଟରୁ ହଠାତ୍ ସବୁ ପୋଷ୍ଟ ହଟାଇଦେବା ସହ ‌ନିଜର ଶେଷ ପୋଷ୍ଟରେ ଲେଖିଛନ୍ତି ମୁଁ ଆଉ ସହି ପାରିବି ନାହିଁ। ତେବେ ତାଙ୍କର ଏଭଳି ପୋଷ୍ଟ ପରେ ସେ ଅବସାଦଗ୍ରସ୍ତ ଅଛନ୍ତି ନାଁ ତାଙ୍କ ଆକାଉଣ୍ଟକୁ କିଏ ହ୍ୟାକ୍ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

कई हिट गाने गा चुके हैं अरमान
oneindia.com

ଅନ୍ୟ ପକ୍ଷରେ, ଅରମାନଙ୍କ ଏଭଳି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଏଭଳି ପୋଷ୍ଟ କରିବା ପଛର କାରଣ ପଚାରିବାରେ ଲାଗିଛନ୍ତି। କିିଛି ଲୋକ ଏଭଳି ପୋଷ୍ଟ ପଛର କାରଣ ପଚାରିଥିବା ବେଳେ କିଛି ଲୋକ ସେ କୌଣସି ଭୁଲ ପଦକ୍ଷେପ ନ ନିଅନ୍ତୁ ବୋଲି ତାଙ୍କୁ ଅନୁରୋଧ କରିଛନ୍ତି। ହଠାତ୍ ଅରମାନଙ୍କ ଏଭଳି ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କୁ ସାନ୍ତ୍ବନା ଦେବା ଆରମ୍ଭ କରି ଦେଇଛନ୍ତି। ଏହା ସହ କିଛି ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ସନ୍ଦେହ କରୁଛନ୍ତି। ତେବେ ପ୍ରକୃତ ଘଟଣା ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରି ନାହିଁ।

ସମ୍ବନ୍ଧିତ ଖବର