ମୁମ୍ବାଇ : ପୂର୍ବରୁ ଅନେକ ବଲିଉଡ଼ କଳାକାର ଅଭିନୟ ଜଗତକୁ ଅସିବା ପୂର୍ବରୁ କ’ଣ କରୁଥିଲେ ସେ ବିଷୟରେ ଆପଣଙ୍କୁ ଜଣାଇଛୁ । ଆଜି ଯେଉଁ କଳାକାରଙ୍କ ବିଷୟରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ତାଙ୍କର କମେଡ଼ି ଟାଇମିଙ୍ଗ ପାଇଁ ସେ ସମସ୍ତଙ୍କ ପାଖରେ ପରିଚିତ । ବିଭିନ୍ନ ବଲିଉଡ଼ ଫିଲ୍ମରେ ତାଙ୍କର କମେଡ଼ି ଟାଇମିଙ୍ଗ୍ ପାଇଁ ତାଙ୍କ ପ୍ରଶଂସା କରାଯାଇଥିବା ବେଳେ ସେହି ମାଧ୍ୟମରେ ସେ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ହେଉଛନ୍ତି ଅର୍ସଦ ଓ୍ଵାର୍ସି । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଗୋଲମାଲ-୪’ ରିଲିଜ ହୋଇଥିବା ବେଳେ ତାହା ବକ୍ସ ଅଫିସରେ ଧମାଲ କରିଥିଲା । ତେବେ ଅର୍ସାଦଙ୍କ ଫିଲ୍ମ କ୍ୟାରିୟର ବିଷୟରେ ଆପଣଙ୍କୁ ସବୁ କିଛି ଜଣା ଥିବ ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଅଭିନୟକୁ ଆସିବା ପୂର୍ବରୁ ସେ କ’ଣ କରୁଥିଲେ ତାହା ଜାଣିଛନ୍ତି କି? ୧୯୬୮ ମସିହା ଏପ୍ରିଲ୍ ୧୯ରେ ଜନ୍ମ ହୋଇଥିବା ଅର୍ସଦ କମ୍ ବୟସରୁ ଅନାଥ ହୋଇ ଯାଇଥିଲେ । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ୧୭ବର୍ଷ ବୟସରେ ଘର ଘର ବୁଲି ପ୍ରସାଧାନ ସାମଗ୍ରୀ ବିକ୍ରି କରୁଥିଲେ । ଏହା ସହ ଏକ ଫଟୋ ଲ୍ୟାବ୍ରେ ମଧ୍ୟ ସେ କାମ କରୁଥିଲେ । କିଛି ଦିନ ଏହି କାମ କରିବା ପରେ ତାଙ୍କର ନାଚ ପ୍ରତି ରୁଚି ଅଛି ବୋଲି ଜାଣି ସେ ଅକ୍ବର ଶାମୀ ଡ଼୍ୟାନ୍ସ ଗ୍ରୁପ୍୍ ସହ ଯୋଡ଼ି ହୋଇଥିଲେ ।
ଏହା ପରେ କୋରିଓଗ୍ରାଫର ହୋଇଗଲେ । ଏହା ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଧୀନରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରିବା ଆରମ୍ଭ କରିଥିଲେ । ୧୯୯୧ରେ ଇଣ୍ଡିଆ ଡ଼୍ୟାନ୍ସ ଚାଲେଞ୍ଜ୍ ଜିତିବା ପରେ ସେ ନିଜର ଏକ ଡ଼୍ୟାନ୍ସ ଏକାଡ଼େମୀ ଖୋଲିଥିଲେ । ୧୯୯୩ରେ ସେ ବଲିଉଡ଼ ଫିଲ୍ମ ‘ତେରେ ମେରେ ସପ୍ନେ’ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ସେ ମାରିୟାଙ୍କୁ ବିବାହ ମଧ୍ୟ କରିଥିଲେ ।