ଆଫ୍ରିଦିଙ୍କ ସହ ସଂପର୍କକୁ ନେଇ ତାଙ୍କ ଟ୍ଵିଟ୍‌ ଏବଂ ଭିଡ଼ିଓକୁ ସର୍ବସାଧାରଣ କରିବା ଭୁଲ ବୋଲି ମାନିଲେ ଆର୍ଶୀ ଖାନ୍‌

ମୁମ୍ବାଇ : ପାକିସ୍ତାନ କ୍ରିକେଟର ସାହିଦ ଅଫ୍ରିଦିଙ୍କ ପ୍ରତି ନିଜର ପ୍ରେମକୁ ଦୁନିଆ ସାମ୍ନାରେ କହି ଅପମାନିତ ହୋଇଥିବା ମଡ଼େଲ- ଅଭିନେତ୍ରୀ ଆର୍ଶୀ ଖାନ୍‌ ପ୍ରଥମ ଥର ପାଇଁ ନିଜ ଦୋଷ ସ୍ୱୀକାର କରିଛନ୍ତି । ଟକ୍‌ ସୋ ଜଜ୍‌ବାତ୍‌ରେ ଅତିଥି ଭାବେ ଅସିଥିବା ଆର୍ଶୀ ନିଜ ଦୋଷ ସ୍ୱୀକାର କରି ତାଙ୍କୁ ଅଫ୍ରିଦିଙ୍କୁ ନେଇ ଏପରି ଟ୍ଵିଟ୍‌ କରିବା ଉଚିତ୍‌ ନଥିଲା ବୋଲି କହିଛନ୍ତି । ଏହା ସହ ଏପରି ନିଜର ବ୍ୟକ୍ତିଗତ ସଂପର୍କକୁ ସମସ୍ତଙ୍କ ସାମ୍ନାରେ ବ୍ୟକ୍ତ କରିବା ଉଚିତ୍‌ ହୋଇନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Dunya News

ସୂଚନା ମୁତାବକ, ୨୦୧୬ ମସିହାରେ ଟ୍ଵିଟ୍‌ ଜରିଆରେ ତାଙ୍କର କ୍ରିକେଟର୍‌ ସାହିଦ୍‌ ଆଫ୍ରିଦିଙ୍କ ସହ ସଂପର୍କ ଥିବା କହିଥିଲେ ଆର୍ଶୀ । ଏହା ପରେ ଉଭୟ ପାକିସ୍ତାନ ଏବଂ ଭାରତରେ ହଙ୍ଗାମା ହୋଇଯାଇଥିଲା । ଏଥିସହ ଇଣ୍ଡିଆ ନ୍ୟୁଜ୍‌ ନେଟଓ୍ଵାର୍କ ସହ ଏକ ଇଣ୍ଟରଭ୍ୟୁରେ ସେ ଆଫ୍ରିଦିଙ୍କ ସହ ବହୁ ବର୍ଷ ଧରି ଲିଭ୍‌ ଇନ୍‌ ସଂପର୍କରେ ରହିବା କଥା କହିବା ସହ ଦୁହିଁଙ୍କର ଦୁବାଇର ଏକ ହୋଟେଲ୍‌ ଜଣେ ସାଙ୍ଗଙ୍କର ଜରିଆରେ ସାକ୍ଷାତ ହୋଇଥିଲା । ଧିରେ ଧିରେ ତାଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହେବା ସହ ତାହା ଅନ୍ତରଙ୍ଗ ସଂପର୍କରେ ପରିଣତ ହୋଇଥିଲା। ତାଙ୍କ ପେଟରେ ଆଫ୍ରିଦିଙ୍କ ସନ୍ତାନ ଥିବା କଥା ମଧ୍ୟ କହିଥିଲେ ଅର୍ଶୀ । ସେ ତାକୁ ଦୁନିଆକୁ ଆଣିବାକୁ ଚାହୁଁଛନ୍ତି କିନ୍ତୁ ଲାଜ ଏବଂ ସମାଜର ଭୟ ପାଇଁ ସେ ଏହା କରି ପାରୁ ନଥିବା କହିଥିଲେ । ଖାଲି ସେତିକି ନୁହଁ, ଆର୍ଶୀ ଲଭ୍‌ ୟୁ ଅଫ୍ରିଦି କହିବା ସହ ‘ଆର୍ଶୀ ବଦନାମ ହୁଏ ଅଫ୍ରିଦି ତେରେ ଲିଏ’ ବୋଲି ଏକ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରିଥିଲେ ।

Businessofcinema.com

ଏହି ଘଟଣା ସାମ୍ନାକୁ ଆସିବା ପରେ ଆଫ୍ରିଦି ଭାରତୀୟ ମିଡ଼ିଆକୁ ଦୋଷ ଦେବା ସହ ତାଙ୍କର ବ୍ୟକ୍ତିଗତ ସମ୍ବନ୍ଧକୁ ବଦନାମ୍‌ କରିବାକୁ ନେଇ ବିଭିନ୍ନ ପ୍ରକାରର ଅରୋପ ଲଗାଇଥିଲେ । ଯାହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ସୃଷ୍ଟି ହୋଇଥିଲା । ତେବେ ଶେଷ ଥର ପାଇଁ ଅର୍ଶୀ ଖାନଙ୍କୁ କଲର୍ସର ରିଆଲିଟି ସୋ ବିଗ୍‌ ବସ୍‌ରେ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର