ଶ୍ରେୟା ଘୋଷାଲ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଚେତାବନୀ ଦେଲା ପଶ୍ଚିମ ଭାରତ ସିନେ-କର୍ମଚାରୀ ଫେ‌ଡେରେସନ୍

ମୁମ୍ବାଇ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରଠାରୁ ଭାରତର ବଡ଼ ଶତ୍ରୁ ପାଲଟିଛି ପାକିସ୍ତାନ । ସ୍ୱତନ୍ତ୍ର ମାନ୍ୟତା ହଟିବାକୁ ବିରୋଧ କରି ପାକିସ୍ତାନ ଭାରତକୁ ହରାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରୁ ନାହିଁ । ଧିରେ ଧିରେ ଭାରତ ଆଉ ପାକ୍‌ ମଧ୍ୟରେ ଥିବା ସଂପର୍କ ତିକ୍ତ ହେବାରେ ଲାଗିଛି । ଦୁଇ ଦେଶର କଳାକାର ପରସ୍ପର ସହ କାମ କରିବା ବନ୍ଦ କରି ସାରିଲେଣି । ଏଭଳି ପରିସ୍ଥିତିରେ ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍‌(ଏଫ୍‌ଡବ୍ଲ୍ୟୁଆଇସିଇ) ପକ୍ଷରୁ ସବୁ ଭାରତୀୟ କଳାକାରଙ୍କୁ ଚେତାବନୀ ଦିଆଯାଇଛି । କୌଣସି ଭାରତୀୟ କଳାକାର ପାକିସ୍ତାନରେ ବା କୌଣସି ପାକିସ୍ତାନ ଆୟୋଜକଙ୍କ ସହ କାମ କରି ପାରିବେ ନାହିଁ ବୋଲି ଏଫ୍‌ଡବ୍ଲ୍ୟୁଆଇସିଇ ପକ୍ଷରୁ କୁହାଯାଇଛି । ଯଦି କେହି କାମ କରନ୍ତି ତେବେ ତାଙ୍କୁ ବାସନ୍ଦ କରି ଦିଆଯିବ ବୋଲ ଏଫ୍‌ଡବ୍ଲ୍ୟୁଆଇସିଇ ପକ୍ଷରୁ କୁହାଯାଇଛି ।

दिलजीत दोसांझ भी नहीं जाएंगे यूएस...
oneindia.com

ଏବେ ଏ ନେଇ ଏଫ୍‌ଡବ୍ଲ୍ୟୁଆଇସିଇ ପକ୍ଷରୁ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କୁ ଚେତାବନୀ ଦିଆଯାଇଛି । ଦୁହେଁ ଯେମିତି ପାକିସ୍ତାନ ବା ପାକିସ୍ତାନ ଆୟୋଜକଙ୍କ ସହ କାମ ନ କରନ୍ତି ସେ ନେଇ ଦୁହିଁଙ୍କୁ ଚେତାଇ ଦେଇଛି ଫେଡେରେସନ୍ । ଏହା ପୂର୍ବରୁ କଣ୍ଠଶିଳ୍ପୀ ଦିଲ୍‌ଜିତ୍‌ ଦୋସାଞ୍ଜଙ୍କୁ ଏଫ୍‌ଡବ୍ଲ୍ୟୁଆଇସିଇ ପକ୍ଷରୁ ଚେତାବନୀ ଦିଆଯିବା ପରେ ସେ ହଷ୍ଟନରେ ହେବାକୁ ଥିବା ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରି ଦେଇଥିଲେ, କାରଣ କାର୍ଯ୍ୟକ୍ରମର ଆୟୋଜକ ଜଣେ ପାକିସ୍ତାନୀ ଥିଲେ ।

ସମ୍ବନ୍ଧିତ ଖବର